Latest Odisha News

ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ଗେଜେଟ୍‌ ବିଜ୍ଞପ୍ତି

ନୂଆଦିଲ୍ଲୀ: ଲୋକସଭା ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ପ୍ରକାଶ ପାଇଲା ଗେଜେଟ୍‌ ବିଜ୍ଞପ୍ତି । ଲୋକ ସଭା ସାଧାରଣ ନିର୍ବାଚନ ୨୦୨୪ରେ ମତଦାନ ହେବାକୁ ଥିବା ୧୨ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ୯୪ ସଂସଦୀୟ କ୍ଷେତ୍ର ପାଇଁ ଆଜି (ଗୁରୁବାର) ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ଠାରୁ ତୃତୀୟ ପର୍ଯ୍ୟାୟରେ ନାମାଙ୍କନ ପତ୍ର ଦାଖଲ ହେବ । ପୃଥକ ଭାବରେ, ୨୯-ବେତୁଲ (ଏସଟି) ର ସ୍ଥଗିତ ପୋଲ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଠାରେ ବହୁଜନ ସମାଜବାଦୀ ପାର୍ଟିର ପ୍ରାଥୀଙ୍କ ନିଧନ ପରେ ନିର୍ବାଚନ ସ୍ଥଗିତ ରଖାଯାଇଛି ।

ତୃତୀୟ ପର୍ଯ୍ୟାୟରେ ସାମିଲ ହୋଇଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ହେଉଛି – ବିହାର, ଛତିଶଗଡ, ଦାଦ୍ରା ଏବଂ ନଗର ହାଭେଲି ଓ ଡାମନ୍ ଏବଂ ଡିୟୁ, ଜମ୍ମୁ କଶ୍ମୀର, କର୍ଣ୍ଣାଟକ, ଗୋଆ, ଗୁଜରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଆସାମ ଏବଂ ପଶ୍ଚିମବଙ୍ଗ ।

Comments are closed.