Latest Odisha News

ଆଜି ଦେଖାଯିବ ମହାଜାଗତିକ ଦୃଶ୍ୟ: ପ୍ରତି ଘଣ୍ଟାରେ ୧୨୦ରୁ ଅଧିକ ଉଲକାପାତ

ନୂଆଦିଲ୍ଲୀ: ଆଜି ସୃଷ୍ଟି ହେବ ମହାଜାଗତିକ ଘଟଣା । ପୃଥିବୀ ଉପରେ ବହୁସଂଖ୍ୟକ ଉଲକାପାତ ହେବ । ପ୍ରତି ଘଣ୍ଟାରେ ୧୨୦ରୁ ଅଧିକ ଉଲକାପାତ ହେବ। ୩୨୦୦ ଫେଥନ ନାମକ କ୍ଷୁଦ୍ର ଗ୍ରହରୁ ଜାତ ଉଲକାପିଣ୍ଡ ପୃଥିବୀ ମୁହାଁ ହେବ । ପୃଥିବୀ ଜେମିନିଡର ନିକଟତର ହେବା ମାତ୍ରେ ଉଲକାପାତ ଦୃଶ୍ୟମାନ ହେବ । ପ୍ରଥମ ଥର ଦେଖିବାକୁ ମିଳିବ ଏହିଭଳି ଦୃଶ୍ୟ। ଏହାକୁ ଭାରତବାସୀ ରାତି ୨ଟାରେ ଦେଖିପାରିବେ ।

ଗତ ୫ ତାରିଖରେ ବୁଧ ଓ ସୂର୍ଯ୍ୟ ମଧ୍ଯରେ ଅଧିକ କୌଣିକ ଦୂରତା ଦେଖିବାକୁ ମିଳିଥିଲା । ବୁଧ ଗ୍ରହକୁ ଦେଖିବା ଲାଗି ଏହା ଏକ ସୁଯୋଗ ସୃଷ୍ଟି କରିଥିଲା । ସୂର୍ଯ୍ୟାସ୍ତ ପରେ ପଶ୍ଚିମ ଦିଗରେ ଦେଖା ଯାଇଥିଲା । ସେହିପରି ୧୨ ଡିସେମ୍ବରରେ ଚନ୍ଦ୍ର ସମ୍ପୂର୍ଣ୍ଣ ଅଦୃଶ୍ଯ ହୋଇଥିବାରୁ ଅନ୍ଧକାର ସୃଷ୍ଟି ହୋଇଥିଲା । ୧୩ ଡିସେମ୍ବରରେ ଜେମିନିଡ ମେଟିଓର ସୋୟର ଘଟିଥିଲା । ଏହି କାରଣରୁ ମଧ୍ୟ ଶତାଧିକ ଉଲକାପାତ ଦେଖିବାକୁ ମିଳିଥିଲା । ଆସନ୍ତା ୨୨ ତାରିଖରେ ସୂର୍ଯ୍ୟ ଦକ୍ଷିଣାଞ୍ଚଳରେ ଅବସ୍ଥାନ କରିବେ । ଏହି କାରଣରୁ ଉତ୍ତରମେରୁରେ ଚଳିତ ବର୍ଷର ସବୁଠାରୁ ଛୋଟ ଦିନ ଓ ସବୁଠାରୁ ବଡ଼ ରାତି ଦେଖିବାକୁ ମିଳିବ । ୨୦୨୩ ବର୍ଷର ଶେଷ ଭାଗରେ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ସମସ୍ତେ ଉତ୍କଣ୍ଠିତ।

 

 

Comments are closed.