Latest Odisha News

୩୧ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ ସମଗ୍ର ଶିକ୍ଷା ପ୍ରକଳ୍ପ କୋ-ଅର୍ଡିନେଟର୍

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ବଲାଙ୍ଗିର ଜିଲ୍ଲା ସମଗ୍ର ଶିକ୍ଷା ପ୍ରକଳ୍ପ କୋ-ଅର୍ଡିନେଟର୍ ପୁଷ୍ପାଙ୍ଗିନୀ ଜୋଶୀ । ୩୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପୁଷ୍ପାଙ୍ଗିନୀଙ୍କୁ ଧରିବା ସହ ଲାଞ୍ଚ ଟଙ୍କା ଜବତ କରିଛି ।

ସୂଚନା ଅନୁସାରେ, ଜଣେ ପ୍ରଧାନଶିକ୍ଷକ ତଥା ପୂର୍ବତନ ହଷ୍ଟେଲ ଇନଚାର୍ଜଙ୍କ ଠାରୁ ପୁଷ୍ପାଙ୍ଗିନୀ କ୍ଲିୟରାନ୍ସ ସାର୍ଟିଫିକେଟ୍ ବାବଦକୁ ଲାଞ୍ଚ ମାଗିଥିଲେ । ଆଜି ପ୍ରଧାନଶିକ୍ଷକଙ୍କ ଠାରୁ ପୁଷ୍ପାଙ୍ଗିନୀ ୩୧ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼଼ିଛନ୍ତି ।

ଲାଞ୍ଚ ମାମଲାରେ ପୁଷ୍ପାଙ୍ଗିନୀ ଧରା ପଡ଼ିବା ପରେ ଭିଜିଲାନ୍ସ ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ କରିଛି । ଏନେଇ ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ ହୋଇଥିବା ବେଳେ ରେଡ୍ ଜାରି ରହିଛି ।

Leave A Reply

Your email address will not be published.