Latest Odisha News

ତୃତୀୟ ଥର ପାଇଁ ମାଆ ହେବେ ଜେନେଲିଆ

ମୁମ୍ବାଇ : ତୃତୀୟ ଥର ପାଇଁ ମାଆ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଜେନେଲିଆ ଦେଶମୁଖ । ନିକଟରେ ସେ ଏକ ଇଭେଣ୍ଟରେ ନଜର ଆସିଥିଲେ । ଏଥିରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଜେନେଲିଆଙ୍କ ପେଟ ଓ ପୋଷାକ । ସେ ବାରମ୍ବାର ପେଟ ଉପରେ ହାତ ରଖୁଥିବାରୁ ସେ ଗର୍ଭବତୀ ଥିବା ନେଇ ତାଙ୍କ ପ୍ରଶଂସକମାନେ ସନ୍ଦେହ କରିଛନ୍ତି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ବଲିଉଡ ଅଭିନେତ୍ରୀ ଜେନେଲିଆ ଦେଶମୁଖ ଏବଂ ଅଭିନେତା ରିତିଶ ଦେଶମୁଖଙ୍କ ଯୋଡିକୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରନ୍ତି । ଏହି ସୁନ୍ଦର ଦମ୍ପତି ସର୍ବଦା ପ୍ରଶଂସକଙ୍କ ହୃଦୟ ଜିତିଥାନ୍ତି । ନିକଟରେ ରିତେଶ-ଜେନେଲିଆ ଏକ ଇଭେଣ୍ଟରେ ଏକାଠି ହୋଇଥିଲେ । ଏହି ସମୟରେ ରିତେଶ ଏକ ଜିନ୍‌ସ ଓ ଧଳା ସାର୍ଟ ପିନ୍ଧିଥିବା ବେଳେ ଜେନେଲିଆ ଏକ ପର୍ପଲ କଲରର ଫର୍କ ପିନ୍ଧିଥିଲେ । ଏଥିରେ ଦୁହେଁ ବହୁତ ସୁନ୍ଦର ଦେଖାଯାଉଥିଲେ । ସେମାନେ ପାପାରାଜିଙ୍କ ଆଗରେ ବିଭିନ୍ନ ପୋଜ ବି ଦେଇଥିଲେ । ହେଲେ ଏଠାରେ ଜେନେଲିଆଙ୍କ ପୋଷାକ ଏବଂ ପେଟ ଉପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଜେନେଲିଆ ବାରମ୍ବାର ପେଟ ଉପରେ ହାତ ରଖୁଥିବାରୁ ସେ ଗର୍ଭବତୀ ଥିବା ସନ୍ଦେହ କରିଛନ୍ତି ।

ରିତେଶ ଏବଂ ଜେନେଲିଆ ୨୦୧୨ ମସିହା ଫେବୃୟାରୀରେ ବିବାହ କରିଥିଲେ । ୨୦୧୪ରେ ସେମାନଙ୍କର ପ୍ରଥମ ପୁଅ ରିଆନ ଜନ୍ମ ହୋଇଥିବାବେଳେ ଦ୍ୱିତୀୟ ପୁତ୍ର ରାହୁଲ ୨୦୧୬ ରେ ଜନ୍ମଗ୍ରହଣ କରିଥିଲା । ଏବେ ତୃତୀୟ ଥର ପାଇଁ ସେ ଗର୍ଭବତୀ ହୋଇଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ବଲିଉଡ଼ରେ ସବୁଠୁ ଭଲ ଦମ୍ପତିମାନଙ୍କ ମଧ୍ୟରେ ଜେନେଲିଆ ଏବଂ ରିତେଶ ଗଣନା କରାଯାଇଥାଏ । ଦୁହେଁ ଅଧିକାଂଶ ସମୟ ସୋସିଆଲ ମିଡିଆରେ ମଜାଳିଆ ଭିଡିଓ ସେୟାର କରିଥାନ୍ତି , ଯାହାକୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରନ୍ତି ।

Comments are closed.