Latest Odisha News

BREAKING NEWS

ଅଚିହ୍ନା ଯୁବକଙ୍କ ଉନ୍ମତ୍ତ କାଣ୍ଡ, ଦିନ ଦ୍ଵିପହରେ ଯୁବତୀଙ୍କୁ ଛୁରାମାଡ଼

କଟକ: କଟକରେ ଚାଞ୍ଚଲ୍ୟ । ଦିନ ଦ୍ୱୀପହରରେ ପାର୍ଲର ଭିତରେ ପଶି ବିବାହିତା ମହିଳାଙ୍କୁ ଛୁରା ମାଡ଼। ଆହତ ମହିଳା ଜଣଙ୍କ ହେଇଛନ୍ତି ତେଲେଙ୍ଗା ବଜାର ଅଞ୍ଚଳରେ ସୁଚିତ୍ରା ଖଟୁଆ । ଦୁର୍ବୃତ୍ତ ଜଣକ ମୁଁହ ରେ ମାସ୍କ ପିନ୍ଧି ଥିବାରୁ ମହିଳା ଜଣକ ଦୁର୍ବୃତ୍ତଙ୍କୁ ଚିହ୍ନି ପାରି ନ ଥିଲେ । ତେବେ ଛୁରା ମାଡ଼ କରିବା ପରେ ଦୁର୍ବୃତ୍ତ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

ସୂଚନା ଅନୁସାରେ, କଟକ ଦୋଳମୁଣ୍ଡାଇ ଅଞ୍ଚଳରେ ଯୁବତୀ ଜଣଙ୍କ ଏକ ପାର୍ଲରରେ କାମ କରୁଥିଲେ । ଏତିକି ବେଳେ ହଠାତ ଜଣେ ମାସ୍କ ପିନ୍ଧା ଯୁବକ ଆସି ଯୁବତୀଙ୍କୁ ଛୁରାମାଡ଼ କରିଥିଲେ । ଛୁରାମାଡ଼ କରି ଅଭିଯୁକ୍ତ ଯୁବକ ଘଟଣାସ୍ଥଳରୁ ଚମ୍ପଟ ମାରିଛି । ସେପଟେ ଆହତ ଯୁବତୀଙ୍କୁ ଚିକିତ୍ସା ପାଇଁ SCB ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ତେବେ କେଉଁ କାରଣରୁ ଯୁବକ ଜଣକ ଯୁବତୀଙ୍କୁ ଛୁରାମାଡ଼ କଲେ ତାହା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୁରିଘାଟ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଓ ଆଖ ପାଖ ଅଞ୍ଚଳର ସିସି ଟିଭି ଯାଞ୍ଚ କରୁଛି ।

 

Leave A Reply

Your email address will not be published.