Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ବିଭିନ୍ନ ସମସ୍ୟା ନେଇ ଧାରଣାରେ ପାରାଦୀପ ବନ୍ଦର ଶ୍ରମିକ

ପାରାଦୀପ  : ଶୋଷଣର ଶିକାର ହେଉଛନ୍ତି ଶ୍ରମିକ। ପ୍ରତିଥର ନିଜର ପ୍ରାପ୍ୟ ଦାବି କରି ଧାରଣା ଦେବା ସହିତ ବିରୋଧ କରିଆସୁଛନ୍ତି। ହେଲେ କୌଣସି ପ୍ରକାରର ସମାଧାନ ହୋଇପାରିନି। ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଶୋଷଣର ଶିକାର ହେଉଛନ୍ତି ଶ୍ରମିକ ମାନେ । କାମ କରୁଛନ୍ତି ହେଲେ ଏଯାଏ ତାଙ୍କୁ ପାରିଶ୍ରମିକ ମିଳିପାରୁନି। ବନ୍ଦରର ବିଭିନ୍ନ ସଂସ୍ଥା ଅଧୀନରେ ଜାହାଜ ଲୋଡିଂରୁ ନେଇ ବିଭିନ୍ନ କାର୍ଯ୍ୟମାନ କରୁଛନ୍ତି।

ମାତ୍ର ସଂସ୍ଥା ଗୁଡିକ ସେମାନଙ୍କୁୁ ଅଧିକ ସମୟ କାମ ରାଉଥିବା ବେଳେ ସଠିକ୍ ଭାବେ ପାରିଶ୍ରମିକ ଦେଉନି । ତା ସହିତ ଚୁକ୍ତି ଅନୁସାରେ କୌଣସି ସୁବିଧା ସୁଯୋଗ ମଧ୍ୟ ଦେଉନାହିଁ । ଯାହାର ବିରୋଧ କରିବା ସହିତ ପୁଣିଥରେ ଏହି ଶ୍ରମିକ ମାନେ ଧାରଣାକୁ ଓହ୍ଳାଇଛନ୍ତି ।

ଖାଲି ସେତିକି ନୁହେଁ ଦୁଇ ବର୍ଷରେ ଥରେ ସେମାନଙ୍କର ସବୁ ଚୁକ୍ତି ନବୀକରଣ କରିବା କଥା। ହେଲେ କୌଣସି ନବୀକରଣ କରାଯାଇନାହିଁ । ଏହିଭଳି ବିଭିନ୍ନ ସମସ୍ୟା ନେଇ ବନ୍ଦର ପ୍ରଶାସନିକ ଭବନ ସମ୍ମୁଖେରେ ଧାରଣା ଦେଇଛନ୍ତି । ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି। . . .

 

Leave A Reply

Your email address will not be published.