Latest Odisha News

୩ଟି ନ୍ୟୁକ୍ଲିୟର ପ୍ଲାଂଟ ବନ୍ଦ କଲା ଜର୍ମାନୀ

ବର୍ଲିନ: ଜର୍ମାନୀ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ଦେଶରେ ଥିବା ୩ଟି ନ୍ୟୁକ୍ଲିୟର ପ୍ଲାଂଟକୁ ବନ୍ଦ କରି ଦେଇଛି । ଏହା ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିବା ଆଶଙ୍କା ରହିଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିସହ ୬୦ ବର୍ଷ ତଳେ ଜର୍ମାନୀ ଆରମ୍ଭ କରିଥିବା ପରୁମାଣୁ ଉର୍ଜାର ବ୍ୟବହାର ଏବେ ବନ୍ଦ ହୋଇଯାଇଛି । ୨୦୩୫ ସୁଦ୍ଧା ରିନ୍ୟୁଏବଲ ଏନର୍ଜି ଉପରେ ଜର୍ମାନୀ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ ହେବ ବୋଲି ପରିବେଶ ବିଭାଗ ମନ୍ତ୍ରୀ ଷ୍ଟେଫି ଲେମକେ କହିଛନ୍ତି । ୨୦୨୨ରୁ ଏହି ପ୍ଲାଂଟଗୁଡିକ ବନ୍ଦ କରାଯିବ ବୋଲି ସ୍ଥିର ହୋଇଥିଲା । ମାତ୍ର ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁ ଏଥିରେ ବିଳମ୍ବ ଘଟିଲା ବୋଲି ସେ କହିଛନ୍ତି । ଜର୍ମାନୀ ଏନର୍ଜି ସପ୍ଲାଇ ପାଇଁ ରୁଷ ଉଭୟରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ ।

BjdElectrycity

ରୁଷ ଉପରେ ପ୍ରତିବନ୍ଧ ଲଗା ଯିବାରୁ ଜର୍ମାନୀ ଆବଶ୍ୟକ ସାମଗ୍ରୀ ପାଇ ପାରି ନ ଥିଲା । ୧୯୯୭ରେ ଜର୍ମାନୀ ୩୦.୮ ପ୍ରତିଶତ ଏନର୍ଜି ପାଇଁ ନ୍ୟୁକ୍ଲିୟର ପ୍ଲାଂଟ ଉପରେ ନିର୍ଭର କରୁଥିଲା । ଏବେ ଏହା ଖସି ୬ ପ୍ରତିଶତ ରହିଛି । ତେବେ କ୍ଷମତାରେ ଥିବା ପାର୍ଟି ରାଜନୈତିକ ଫାଇଦା ପାଇଁ ଏ ଭଳି ପଦକ୍ଷେପ ଗ୍ରହଣ କରିଛି ବୋଲି ବିରୋଧୀ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ।

Leave A Reply

Your email address will not be published.