Latest Odisha News

ଚମ୍ବଲ ନଦୀ କୂଳରେ ନିର୍ମିତ ହୋଇଛି ଅଦୃଶ୍ୟ ପ୍ରତିମୂର୍ତ୍ତି : ଦେଖିବାକୁ ଲୋକଙ୍କ ଭିଡ଼

ରାଜସ୍ଥାନ: ହିନ୍ଦୀ ଫିଲ୍ମ ମିଷ୍ଟର ଇଣ୍ଡିଆ ଫିଲ୍ମରେ ଅଭିନେତା ଅନୀଲ କପୁର ଏକ ଘଡ଼ି ପିନ୍ଧିବା ପରେ ଅଦୃଶ୍ୟ ହୋଇଯିବା ସମସ୍ତେ ଦେଖିଥିବେ । ଏବେ ରାଜସ୍ଥାନର ଚମ୍ବଲ ନଦୀ କୂଳରେ ଏକ ଅଦୃଶ୍ୟ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି, ଯାହାକୁ ଲୋକେ ମିଷ୍ଟର ଇଣ୍ଡିଆ ବୋଲି କହୁଛନ୍ତି ।

BjdElectrycity

ରାଜସ୍ଥାନର କୋଟା ନିକଟ ଚମ୍ବଲ ନଦୀ କୂଳରେ ଏକ ବିଶାଳ ମୂର୍ତ୍ତି ନିର୍ମାଣ କରାଯାଇଛି । ଏହି ମୂର୍ତ୍ତି ଆଗରେ ଛିଡ଼ା ହୋଇ ଦେଖିଲେ ଏହା ଅଦୃଶ୍ୟ ହୋଇଯିବ । ଏହା ଆଖିର ଭ୍ରମ ନୁହେଁ ବରଂ ଇଞ୍ଜିନିୟରିଂଙ୍କ ଏକ ଚମତ୍କାର । ଏହାକୁ ଲୋକେ ମିଷ୍ଟର ଇଣ୍ଡିଆ ବୋଲି କହୁଛନ୍ତି । ଏହି ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହାକୁ ତିଆରି କରିବାକୁ ପ୍ରାୟ ୬ ମାସରୁ ଅଧିକ ସମୟ ଲାଗିଲାଣି । ଏପରି ପ୍ରତିମୂର୍ତ୍ତି ଦୁନିଆର ଅନ୍ୟ କେଉଁଠାରେ ଦେଖିବାକୁ ମିଳେ ନାହିଁ ।
ଇଞ୍ଜିନିୟର କହିଛନ୍ତି ଯେ, ଏହି ନଦୀ କୂଳରେ ଯୋଗ କରୁଥିବା ଜଣେ ଯୁବକଙ୍କର ଏକ ମଡେଲ ତିଆରି କରାଯାଇଛି, ଯାହା କେବଳ ଡାହାଣ ଏବଂ ବାମ ପାର୍ଶ୍ୱରୁ ଦେଖାଯିବ । ଆଗରୁ ଦେଖିଲେ ଏହା ଦୃଶ୍ୟମାନ ହେବ ନାହିଁ । ଏହା ଷ୍ଟେନଲେସ୍ ଷ୍ଟିଲ୍ ପ୍ଲେଟରୁ ତିଆରି କରାଯାଇଛି । ଏହି ପ୍ଲେଟଗୁଡିକ ଏପରି ଭାବରେ ନିର୍ମାଣ କରାଯାଇଛି ଯେ ସାମ୍ନାରୁ ଦେଖୁଥିବା ବ୍ୟକ୍ତି ଏହାକୁ ଦେଖି ପାରିବେ ନାହିଁ । ଏହି ମଡେଲଟି ଅନାବଶ୍ୟକ ଇସ୍ପାତ ପ୍ଲେଟରୁ ତିଆରି ହୋଇଛି । ୧୫ ହଜାର କିଲୋର ଏହି ମଡେଲଟିର ଉଚ୍ଚତା ୨୫ ଫୁଟ ହୋଇଥିବା ବେଳେ ଚଉଡ଼ା ୨୬ ଫୁଟ ରହିିଛି । ଏଥିପାଇଁ ୧ କୋଟି ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।

Leave A Reply

Your email address will not be published.