Latest Odisha News

BREAKING NEWS

ଏଥର ବିଜେପି ପକ୍ଷରୁ ଓଡ଼ିଶାରେ ପ୍ରଚାର କରିବେ ନାମୀଦାମୀ ତାରକା

ଭୁବନେଶ୍ୱର : ଓଡିଶାରେ ୨୦୧୯ ସାଧାରଣ ନିର୍ବାଚନ ଲାଗି ତାରକା ଖଚିତ ପ୍ରଚାରକଙ୍କ ସହ ବିଜେପି ଏକପ୍ରକାର ପ୍ରସ୍ତୁତ ହୋଇପଡିଲାଣି । ଭାରତୀୟ ଜନତା ପାର୍ଟି ଓଡିଶା ଶାଖା ପକ୍ଷରୁ ଏଥର ୪୦ ଜଣ ରଥୀମହାରଥୀ ତାରକା ଖଚିତ ଷ୍ଟାର କ୍ୟାମ୍ପେନର ପ୍ରଚାରକୁ ଓହ୍ଲାଇବାର ନିଷ୍ପତ୍ତି ନିଆଯାଇଛି । ଏହି ଷ୍ଟାର କାମ୍ପେନରଙ୍କ ମଧ୍ୟରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶହାଙ୍କ ସମେତ ୯ଜଣ ପ୍ରସିଦ୍ଧ ସିନେ ତାରକା ।

 

ସେହି ସିନେ ତାରକାଙ୍କ ମଧ୍ୟରେ ରହିଛନ୍ତି ଭେଟେରାନ୍ ବଲିଉଡ ଅଭିନେତ୍ରୀ ହେମାମାଳିନୀ, ଯିଏକି ବିଜେପି ଦ୍ୱାରା ଘୋଷିତ ୪୦ ଜଣ ଷ୍ଟାର କ୍ୟାମ୍ପେନର ମଧ୍ୟରୁ ଅନ୍ୟତମ । ଏହି ଷ୍ଟାର କ୍ୟାମ୍ପେନର ମାନେ ଓଡିଶାରେ ଅନୁଷ୍ଠିତ ହେବାକୁ ଥିବା ଏପ୍ରିଲ୍ ୧୧, ୧୮, ୨୩ ଏବଂ ୨୯ ତାରିଖ ଏହି ୪ଟି ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ମଙ୍ଗ ଧରିବେ ।

 

ରାଜନାଥ ସିଂହ, ନିତିନ ଗଡକରୀ, ସ୍ମୃତି ଇରାନୀ, ପ୍ରକାଶ ୱାଡେକର୍, ଜୁଏଲ ଓରାମ୍, ଧମେନ୍ଦ୍ର ପ୍ରଧାନ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ସମତେ ଅନେକ କେନ୍ଦ୍ରମନ୍ତ୍ରୀ ୨୧ଟି ଲୋକସଭା ଓ ୧୪୭ ବିଧାନସଭା ଲାଗି ନିର୍ବାଚନ ଲଢିବାକୁ ଥିବା ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ ।

 

 

ଏହି ତାଲିକାରେ ବିଜେପିର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ, ଶିବରାଜ ଚୌହାନ, ଅର୍ଜୁନ ମୁଣ୍ଡା ଓ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ପ୍ରମୁଖ ସାମିଲ ରହିଛନ୍ତି ।

 

ସେହିପରି ରାଜ୍ୟ ବିଜେପି ନେତାଙ୍କ ମଧ୍ୟରେ ବସନ୍ତ ପଣ୍ଡା, କେଭି ସିଂହଦେଓ, ବୈଜୟନ୍ତ ପଣ୍ଡା, ବିଶ୍ୱଭୂଷଣ ହରିଚନ୍ଦନ ଓ ଦାମୋଦର ରାଉତଙ୍କ ସହ ଓଡିଆ ସିନେ ତାରକାଙ୍କ ମଧ୍ୟରେ ମିହିର ଦାସ, ଶ୍ରୀତମ ଦାସ, ମହେଶ୍ୱତା ରାୟ, ଅପରାଜିତା ମହାନ୍ତି, ଅନୁ ଚୌଧୁରୀ, ପିଙ୍କି ପ୍ରଧାନ, ଅଶ୍ରୁମୋଚନ ମହାନ୍ତି ମଧ୍ୟ ଷ୍ଟାର ପ୍ରଚାରକ ଭାବେ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.