Latest Odisha News

BREAKING NEWS

ମୋଦିଙ୍କ ବାୟୋପିକରେ ନିଜ ନାଆଁ ଦେଖି ଚକିତ ହେଲେ ଜାଭେଦ ଅଖତାର୍

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ ସିନେମା ‘ପିଏମ୍ ନରେନ୍ଦ୍ର ମୋଦୀ’ର ଟ୍ରେଲର ରିଲିଜ୍ ହେବାପରେ ତାକୁ ନେଇ ବିବାଦ ଦେଖାଦେଇଛି।

ଏହି ସିନେମା ଟ୍ରେଲର କ୍ରେଡିଟିରେ ଗୀତିକାର ତାଲିକାରେ ଗୀତିକାର ଜାଭେଦ୍ ଅଖତର୍ ନିଜ ନାଆଁ ଦେଖି ଚକିତ ହୋଇପଡିଛନ୍ତି । ଜାଭେଦଙ୍କ ବ୍ୟତୀତ ଏଥିରେ ପ୍ରସୁନ ଯୋଶୀ ଓ ସମୀର ଆଦିଙ୍କ ନାମ ରହିଛି ।

ଏହି ଫିଲ୍ମରେ ଜାଭେଦ୍ କୌଣସି ସହଯୋଗ କରିନଥିବା ପ୍ରକାଶ କରି ଏକ ଟ୍ୱିଟ କରିଛନ୍ତି ।

ସେହିପରି ସିନେ ଜଗତର ଅନ୍ୟଜଣେ ଜଣାଶୁଣା ଗୀତିକାର ସମୀର ଅନଜନ୍ ମଧ୍ୟ ଟ୍ୱିଟ୍ କରିଛନ୍ତି, ପିଏମ୍ ମୋଦି ବାୟୋପିକ୍ ସିନେମାରେ ନିଜ ନାଆଁ ଦେଖି ମୋତେ ଆଶ୍ଚର୍ଯ୍ୟ ଲାଗୁଛି । ମୁଁ ଏପରି କୌଣସି ଫିଲ୍ମ ପାଇଁ ଗୀତ ମଧ୍ୟ ଲେଖିନାହିଁ ।

ଏହି ସିନେମାର ଲିଡ୍ ରୋଲରେ ବିବେକ ଓବରୟ ନଜର ଆସୁଛନ୍ତି । ଫିଲ୍ମଟିର ବିଷୟବସ୍ତୁ ଜଣେ ପିଲା କିପରି ପରବର୍ତ୍ତୀ ସମୟରେ ଗୋଟିଏ ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଛି, ତାହା ଉପରେ ଆଧାରିତ । ନିକଟରେ ରିଲିଜ ହୋଇଥିବା ଏହି ସିନେମାର ଟ୍ରେଲରକୁ ଦର୍ଶକଙ୍କ ଭଲ ରେସପୋନ୍ସ ମିଳିପାରିଛି ।

Leave A Reply

Your email address will not be published.