Latest Odisha News

BREAKING NEWS

ନୂଆବର୍ଷରୁ ମିଳିବନି ରାସନ, ଶୀଘ୍ର କରନ୍ତୁ କରନ୍ତୁ ଏହି କାମ…

ଭୁବନେଶ୍ଵର: ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (NFSA) ଅନୁଯାୟୀ ଭାରତ ସରକାର ଦେଶର କୋଟି କୋଟି ଲୋକଙ୍କୁ ମାଗଣା ଏବଂ ଶସ୍ତା ରାସନର ସୁବିଧା ପ୍ରଦାନ କରୁଛନ୍ତି। ଏହି ଯୋଜନାର ଲାଭ ପାଇବା ପାଇଁ ରେସନ କାର୍ଡ ବାଧ୍ୟତାମୂଳକ ଅଟେ । କିନ୍ତୁ ଜାନୁଆରୀ ୧, ୨୦୨୫ରୁ ରେସନ କାର୍ଡରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବକୁ ଯାଉଛି । ଏହି ପରିବର୍ତ୍ତନ ସେହି ହିତାଧିକାରୀଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ ଯେଉଁମାନେ ଏପର୍ଯ୍ୟନ୍ତ ଇ- କେୱାଇସି ପ୍ରକ୍ରିୟା ସମାପ୍ତ କରିନାହାଁନ୍ତି ।

ରାସନ କାର୍ଡଧାରୀଙ୍କ ପରିଚୟ ଯାଞ୍ଚ କରିବାକୁ ସରକାର ଇ-କେୱାଇସି ବାଧ୍ୟତାମୂଳକ କରିଛନ୍ତି। ନକଲି ରାସନ କାର୍ଡ ଏବଂ ଠକେଇକୁ ରୋକିବାରେ ଏହା ସାହାଯ୍ୟ କରିବ । ଇ-କେୱାଇସି ବିନା, ରାସନ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚୁଛି କି ନାହିଁ ତାହା ଜାଣିବା କାଠିକର ପାଟ ହୋଇଯିବ । ଫଳରେ ଦେଶ ତଥା ରାଜ୍ୟରେ ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଏହି ଯୋଜନାର ଫାଇଦା ଉଠାବେ ।

ଆଜି ଏହି ଇ-କେୱାଇସି କରିବାର ଶେଷ ତାରିଖ । ତେବେ ଏହା ପୂର୍ବରୁ ଇ-କେୱାଇସିର ସମୟସୀମା ବଢାଇଥିଲେ କେନ୍ଦ୍ର ସରକାର । ସମୟସୀମା ବଢାଇ ୩୧ ଡିସେମ୍ବର ଅର୍ଥାତ୍ ଆଜି ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା । ଯଦି ରେସନ କାର୍ଡଧାରୀମାନେ ଆଜି ସୁଦ୍ଧା ଇ-କେୱାଇସି ପ୍ରକ୍ରିୟା ସଂପୂର୍ଣ୍ଣ ନକରନ୍ତି, ତେବେ ସେମାନଙ୍କର ରେସନ କାର୍ଡ ଜାନୁଆରୀ ୧, ୨୦୨୫ରୁ ବାତିଲ ହୋଇଯିବ । ଯଦି ଆପଣ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ, ତେବେ ତୁରନ୍ତ ତୁମର ନିକଟତମ ରେସନ ଡିପୋକୁ ଯାଇ ଇ-କେୱାଇସି ପ୍ରକ୍ରିୟା ସମାପ୍ତ କରନ୍ତୁ ।

କିପରି କରିବେ ଇ-କେୱାସି

ଇ-କେୱାଇସି କରିବା ବହୁତ ସହଜ । ଆପଣଙ୍କର ଆଧାର କାର୍ଡ ନେଇ ଆପଣଙ୍କ ନିକଟସ୍ଥ ରେସନ ଡିପୋକୁ ଯାଆନ୍ତୁ । ସେଠାରେ ଥିବା ପିଓଏସ ମେସିନରେ ଆପଣଙ୍କର ଫିଙ୍ଗର ପ୍ରିଣ୍ଟ ପଞ୍ଜିକରଣ କରି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ । ଆପଣ ଚାହିଁଲେ ନିଜ ମୋବାଇଲ୍ ମାଧ୍ୟମରେ ମଧ୍ୟ ଇ-କେୱାଇସି ପ୍ରକ୍ରିୟା ସଂପୂର୍ଣ୍ଣ କରିପାରିବେ । ଏଥିପାଇଁ ରାଜ୍ୟ ସରକାରଙ୍କ ସମ୍ପୃକ୍ତ ୱେବସାଇଟ୍ କିମ୍ବା ଆପ୍ ବ୍ୟବହାର କରନ୍ତୁ।

Comments are closed.