Latest Odisha News

ଘରେ ରଖନ୍ତୁ ନାହିଁ ପ୍ଲାଷ୍ଟିକ ଫୁଲ, ଆସିପାରେ ଏହି ସବୁ ସଙ୍କଟ

ଭୁବନେଶ୍ୱର: ଘର ସଜାଇବା ପାଇଁ ପ୍ଲାଷ୍ଟିକ ଫୁଲ ବା ଗଛ ରଖିଥିଲେ ହୋଇଯାଆନ୍ତୁ ସାବଧାନ । ଏହିସବୁ ରଖିବା ଦ୍ୱାରା ଘରର ସୌନ୍ଦର୍ଯ୍ୟ ତ ବୃଦ୍ଧି ହୋଇଥାଏ କିନ୍ତୁ ଘର ଉପରକୁ ଘନେଇ ଆସିଥାଏ ବିପଦ ।

ଜାଣନ୍ତୁ ବାସ୍ତୁଶାସ୍ତ୍ର ଆନୁସାରେ ଘରେ ପ୍ଲାଷ୍ଟିକ ଫୁଲ କିମ୍ବା ଗଛ ରଖିବାକୁ କାହିଁକି ବାରଣ କରାଯାଇଛି …

ବାସ୍ତୁଶାସ୍ତ୍ର ଆନୁସାରେ ଘରେ ପ୍ଲାଷ୍ଟିକ୍‌ ଫୁଲ ବା ଗଛ ରଖିଲେ, ପରିବାର ସଦସ୍ୟଙ୍କ ମଧ୍ୟରେ କଥା କଥାରେ କଳହ ହୁଏ ଏବଂ ଆପଣ ଘର ଲୋକଙ୍କ ଅପେକ୍ଷା ବାହାର ଲୋକଙ୍କ ଉପରେ ଅଧିକ ବିଶ୍ୱାସ କରିଥା’ନ୍ତି।

ଏପରିକି ବେଡ୍‌ ରୁମ୍‌ରେ ପ୍ଲାଷ୍ଟିକ୍‌ ଫୁଲ ରଖିଲେ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥାଏ।

ଖାଲି ସେତିକି ନୁହେଁ ଘରେ ଶୁଖିଲା ଫୁଲ ବି ରଖନ୍ତୁ ନାହିଁ। ଶୁଖିଲା ଫୁଲରୁ ଘରେ ମୃତ ଶକ୍ତି ଉତ୍ପନ୍ନ ହୋଇଥାଏ।

ସେଥିପାଇଁ ଘରେ ସବୁବେଳେ ସତେଜ ଫୁଲ ହିଁ ରଖନ୍ତୁ। ସତେଜ ଫୁଲ ଘରେ ରଖିଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ । ଏହା ଦ୍ୱାରା ସକାରାତ୍ମକ ଶକ୍ତି ସୃଷ୍ଟି ହେବା ସହ ଘରେ ସୁଖଶାନ୍ତିର ବାତାବରଣ ରହିଥାଏ।

Comments are closed.