Latest Odisha News

BREAKING NEWS

ସୌନ୍ଦର୍ଯ୍ୟ ଓ ଇତିହାସରେ ଭରା ଗଣ୍ଡାହାତୀ ଜଳପ୍ରପାତ

ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଗଜପତି ଜିଲ୍ଳାର ରହିଛି ସ୍ୱତନ୍ତ୍ର ମାନ୍ୟତା । ଏଠାରେ ଭରି ରାହିଛି ଅନେକ ପ୍ରାକୃତିକ ସ୍ଥାନ । ଯେଉଁଠି ପ୍ରକୃତି ଅଜାଡି ଦେଇଛି ତାର ସବୁ କଳା କରିଗରୀ । ସେହିଭଳି ଏକ ସ୍ଥାନ ହେଉଛି ଗଜପତି ଜିଲ୍ଲା ରାୟଗଡା ଅନ୍ତର୍ଗତ ଗଣ୍ଡାହାତୀ ଜଳପ୍ରପାତ । ସୌନ୍ଦର୍ଯ୍ୟ ଓ ଇତିହାସରେ ଭରା ଏହି ଜଳପ୍ରପାତ ଜିଲ୍ଲାର ଅନ୍ୟତମ ପ୍ରମୁଖ ଆକର୍ଷଣ।

ସମସ୍ତ ଋତୁରେ ଏଠାରେ ଲାଗିଥାଏ ପର୍ଯ୍ୟଟକଙ୍କ ଭିଡ଼ । ଏଠାକାର ଜଳପ୍ରପାତର ମଜା ନେବାକୁ ଗ୍ରୀଷ୍ମ ଦିନରେ ଏଠାରେ ପର୍ଯ୍ୟଟକଙ୍କ ଭିଡ ଅଧିକ ଦେଖିବାକୁ ମିଳିଥାଏ। ଜିଲ୍ଳା ସଦର ମହକୁମା ପାରଳାଖେମୁଣ୍ଡି ଠାରୁ ପ୍ରାୟ ୨୮କିମି ଦୂରତାରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳୀ ।

ତେବେ ଏଠାରେ ରହିଥିବା ଜଳପ୍ରପାତରେ ଗ୍ରୀଷ୍ମଋତୁର ମଜାନେବା ସକାଶେ ଅଧିକାଂଶ ଲୋକେ ସପରିବାର ଏଠାକୁ ଆସିଥାନ୍ତି। ଏଠାରେ ପ୍ରକୃତିର ଏହି ନୈସ୍ବର୍ଗକୁ ବେସ୍‌ ଉପଭୋଗ କରିବା ସହ ମଉଜ ମଜଲିସ୍‌ରେ ସମୟକୁ ଅତିବାହିତ କରିଥାନ୍ତି।

ସେହିପରି ଜଳପ୍ରପାତ ପାଦଦେଶରେ ପ୍ରପାତ ପାଣିରେ ଗାଧୋଇବାର ମଜା ବି କିଛି ନିଆରା।

କେମିତି ଯିବେ:

ବ୍ରହ୍ମପୁର ଠାରୁ ଭାୟା ତପ୍ତପାଣି-ଆର୍‌.ଉଦୟଗିରି ଦେଇ ଏହି ପର୍ଯ୍ୟଟନସ୍ଥଳୀକୁ ଆସିବାକୁ ପଡେ । ପ୍ରାୟ ୧୫୦କିମି ଦୂରତା ଅତିକ୍ରମ କରିବାକୁ ହୋଇଥାଏ ।

ରେଳପଥରେ ଆସିଲେ ରାଜଧାନୀ ଭୁବନେଶ୍ୱର ଓ ପଡୋଶୀ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଦିଗରୁ ଆସୁଥିବା ପର୍ଯ୍ୟଟକମାନେ ଆନ୍ଧ୍ରର ପଲାସା ଷ୍ଟେସନ ଠାରେ ଓହ୍ଲାଇ ସେଠାରୁ ଗୋପୀଲ୍ଲୀ-କିଂଚିଲିଙ୍ଗି ଦେଇ ପ୍ରାୟ ୨୪ କିମି ରାସ୍ତା ଅତିକ୍ରମ ପରେ ଗଣ୍ଡାହାତୀ ଠାରେ ପହଞ୍ଚିଥାନ୍ତି ।

Leave A Reply

Your email address will not be published.