Latest Odisha News

BREAKING NEWS

‌କରୋନା ରୋଗୀଙ୍କୁ ଅକ୍ସିଜେନ ଯୋଗାଉଛି ଗୁରୁଦ୍ୱାର

ଗାଜିଆବାଦ: ଗାଜିଆବାଦର ଇନ୍ଦିରାପୁରାମ ଅଞ୍ଚଳର ଗୁରୁଦ୍ୱାର ସମିତି କୋଭିଡ-୧୯ ରୋଗୀଙ୍କୁ ଅମ୍ଳଜାନ ସିଲିଣ୍ଡର ଯୋଗାଇବା ପାଇଁ ‘ଅମ୍ଳଜାନ ଲଙ୍ଗର’ ଆରମ୍ଭ କରିଛି।

ସମଗ୍ର ରାଜ୍ୟରେ ଅମ୍ଳଜାନର ଅଭାବ ଏବଂ କୋଭିଡ-୧୯ ମୃତ୍ୟୁହାରରେ ବୃଦ୍ଧି ପାଇଥିବା ବେଳେ ଇନ୍ଦିରାପୁରାମ ଗୁରୁଦ୍ୱାର ସମିତିର ଏହି ପଦକ୍ଷେପ ଗ୍ରହଣ କରିଛି।

ଏଯାବତ୍‌ ଗୁରୁଦ୍ୱାର ସମିତି ୨୫୦ କୋଭିଡ ରୋଗୀଙ୍କୁ ସାହାଯ୍ୟ କରିଛି।

ରିପୋର୍ଟ ଅନୁଯାୟୀ କରୋନା ରୋଗୀମାନେ ଇନ୍ଦିରାପୁରମ୍ ଗୁରୁଦ୍ୱାରକୁ ଆସି ଅମ୍ଳଜାନ ସ୍ତର ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ଅମ୍ଳଜାନ ସିଲିଣ୍ଡର ବ୍ୟବହାର କରିପାରେିବେ।

Comments are closed.