Latest Odisha News

BREAKING NEWS

ଘିବଲି ଆର୍ଟ; ଏକ ଟ୍ରେଣ୍ଡ ନା ଟ୍ରାପ୍…

ନୂଆଦିଲ୍ଲୀ: ଯୁବପିଢିଙ୍କୁ ବାୟା କରୁଛି ଘିବଲି ଷ୍ଟାଇଲ। ଏହି ଟ୍ରେଣ୍ଡକୁ ଫଲୋ କରି ବହୁ ସଂଖ୍ୟାରେ ଯୁବପିଢ଼ି ନିଜର ଆନିମେସନ ଫଟୋ ତିଆରି କରି ଖୁସି ହେଉଛନ୍ତି। ଆପଣଙ୍କର ଯେକୌଣସି ଫଟୋ ଉଠାନ୍ତୁ, ଏହାକୁ ଯେକୌଣସି AI Ghibli Style କ୍ରିଏଟର୍ ଟୁଲ୍‌ରେ ରଖନ୍ତୁ। ବାସ୍ କିଛି ସେକେଣ୍ଡରେ ଆପଣଙ୍କର ସୁପର୍ କ୍ୟୁଟ୍ ଫଟୋ ପ୍ରସ୍ତୁତ। କିନ୍ତୁ ଆପଣ କେବେ ଭାବିଛନ୍ତି କି, ସେହି ବ୍ୟକ୍ତିଗତ ଫଟୋଗୁଡ଼ିକ କୁଆଡ଼େ ଯାଉଛି, ଯାହାକୁ ଆପଣ କେବଳ ଟ୍ରେଣ୍ଡ ପାଇଁ ବିନା ଚିନ୍ତାରେ ସେୟାର କରୁଛନ୍ତି। ଆପଣ କ’ଣ ଜାଣନ୍ତି ଯେ ଆପଣଙ୍କର ବ୍ୟକ୍ତିଗତ ଫଟୋଗୁଡ଼ିକ ଏହି AI ପ୍ଲାଟଫର୍ମଗୁଡ଼ିକରେ ସେଭ୍ ହେଉଛି ଏବଂ ଭବିଷ୍ୟତରେ ସେଗୁଡ଼ିକୁ କିପରି ବ୍ୟବହାର କରାଯାଇପାରିବ।

ଲୋକମାନେ ସେମାନଙ୍କର ବ୍ୟକ୍ତିଗତ ଫଟୋ ସେୟାର କରି ChatGPT ଏବଂ Grok ଭଳି ପ୍ଲାଟଫର୍ମ ଦ୍ୱାରା ନିଜର କ୍ୟୁଟ ଆନିମେଟେଡ ଫଟୋ ପାଇ ଖୁସି ହେଉଛନ୍ତି। କିନ୍ତୁ ଏବେ ଏହାକୁ ନେଇ ଚିନ୍ତା ବଢ଼ିବା ଆରମ୍ଭ ହୋଇଛି। କାରଣ ଆପଣ ଏହି AI ଟୁଲ୍ସ ସହିତ ଯେଉଁ ବ୍ୟକ୍ତିଗତ ଫଟୋଗୁଡ଼ିକ ସେୟାର କରୁଛନ୍ତି ତାହା କେବଳ ଏହି ପ୍ଲାଟଫର୍ମଗୁଡ଼ିକ ଦ୍ୱାରା ସେଭ୍ କରାଯାଉଛି ତା ନୁହେଁ।ଏହାକୁ ସେମାନଙ୍କ ଟ୍ରେନିଂ ପାଇଁ ମଧ୍ୟ ବ୍ୟବହୃତ କରାଯାଇପାରେ।

ସାଇବର ଠକେଇର ଶିକାର ହୋଇପାରନ୍ତି

ଯଦି ଆପଣ ଭୁଲବଶତଃ ନକଲି ୱେବସାଇଟରେ ଯାଇ ଘିବଲି ତିଆରି କରିବା ପ୍ରକ୍ରିୟାରେ ଫସୁଛନ୍ତି। ଏବଂ ଯଦି ସାଇବର ଠକ ହାତରେ ଆପଣଙ୍କ ମୁହଁର ବିବରଣୀ ଲାଗିଯାଏ, ତେବେ ସେ ଫେସ୍ ରିକୋଗ୍ନିଜେସନ୍ ଡାଟା ଚୋରି କରି ଏହା ସାହାଯ୍ୟରେ ଆପଣଙ୍କ ଫୋନ୍ ମଧ୍ଯ ଅନଲକ୍ କରିପାରିବ। ଠକମାନେ ସୋସିଆଲ ମିଡିଆରେ ଫଟୋ ଟ୍ୟାଗ୍ କରିପାରିବେ କିମ୍ବା ବିଭିନ୍ନ ଡିଜିଟାଲ୍ ସେବା ଆକ୍ସେସ୍ ମଧ୍ଯ କରିପାରିବେ। କହିବାକୁ ଗଲେ ଏଭଳି ଭାବେ ସାଇବର ଠକ ଆପଣଙ୍କୁ କ୍ଷତି ପହଞ୍ଚାଇପାରେ।

ଅନେକ ବ୍ୟାଙ୍କ ଏବଂ UPI ଆପ୍ ରିକୋଗ୍ନିଜେସନ୍ ଡାଟାରେ ଖୋଲାଯାଇପାରିବ

ଫେସ୍ ରିକୋଗ୍ନିଜେସନ୍ ସାହାଯ୍ୟରେ ଅନେକ ଆପ୍ ଅନଲକ୍ କରାଯାଇପାରିବ। ଏପରି ପରିସ୍ଥିତିରେ, ସାଇବର ଅପରାଧୀମାନେ ଏହି ବିବରଣୀ ଚୋରି କରିପାରିବେ ଏବଂ UPI ପିନ୍ ବ୍ୟବହାର କରି ଆପଣଙ୍କ ଆପ୍ସକୁ ଅନଲକ୍ କରିପାରିବା ସହ ଟଙ୍କା ମଧ୍ଯ ଟ୍ରାନ୍ସଫର କରିପାରିବେ।

ଜେନେରାଲ୍ ଡାଟା ପ୍ରୋଟେକ୍ସନ୍ ରେଗୁଲେସନ୍ (GDPR) ଅନୁଯାୟୀ, OpenAI କେବଳ ‘ବୈଧ ସ୍ୱାର୍ଥ’ ଆଧାରରେ ବ୍ୟବହାରକାରୀଙ୍କ ଫଟୋ ବ୍ୟବହାର କରିବାକୁ ଅନୁମତି ପାଇଛି। କିନ୍ତୁ ଯେତେବେଳେ ଆପଣ ଆପଣଙ୍କର ଫଟୋ ଅପଲୋଡ୍ କରନ୍ତି, ଆପଣ ପରୋକ୍ଷ ଭାବରେ ଟର୍ମ ଆଣ୍ଡ କଣ୍ଡିସନକୁ ଗ୍ରହଣ କରିନିଅନ୍ତି, ଯାହାଫଳରେ AI କମ୍ପାନୀଗୁଡ଼ିକୁ ଆପଣଙ୍କ ତଥ୍ୟ ବ୍ୟବହାର କରିବାର ସ୍ୱାଧୀନତା ମିଳିଯାଏ।

ଘିବଲି ଜାପାନରୁ ଆରମ୍ଭ

ଘିବଲି ଷ୍ଟାଇଲ୍ ଫଟୋଗୁଡ଼ିକ ପ୍ରକୃତରେ ଜାପାନର ଏକ ପ୍ରସିଦ୍ଧ ଆନିମେସନ୍ କମ୍ପାନୀରୁ ଆସିଥିଲା। ଏହି କମ୍ପାନୀ ହାୟାଓ ମିୟାଜାକିଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ଏହି ଷ୍ଟୁଡିଓଟି ସ୍ପିରିଟେଡ୍ ଆୱେ, ମାଇ ନେବର ଟୋଟୋରୋ ଏବଂ କିକି’ସ୍ ଡେଲିଭରି ସର୍ଭିସ୍ ଭଳି ମହାନ ଫିଲ୍ମ ପାଇଁ ଜଣାଶୁଣା।

 

 

Comments are closed.