Latest Odisha News

BREAKING NEWS

ଭୂତଙ୍କ ଗ୍ରାମ ଭାବେ ପରିଚିତ ମୀନାକ୍ଷୀପୁରର ଏକମାତ୍ର ବାସିନ୍ଦାଙ୍କ ପରଲୋକ

ମୀନାକ୍ଷୀପୁରମ: ତାମିଲନାଡୁର ମୀନାକ୍ଷୀପୁରମର ଏକମାତ୍ର ବାସିନ୍ଦା କଦାସାମୀ ନାୟକରଙ୍କ ପରଲୋକ ହୋଇଯାଇଛି । ତାଙ୍କ ବ୍ୟତୀତ ଏହି ଗ୍ରାମରେ କେହି ରହୁ ନ ଥିଲେ । ସେଥିପାଇଁ ଏହାକୁ ଭୂତଙ୍କ ଗ୍ରାମ ବୋଲି ମଧ୍ୟ କୁହାଯାଏ । ଏହି ଗ୍ରାମରେ ରହୁଥିବା ଅଧିକାଂଶ ପରିବାର ଭଲରେ ଚଳୁଥିଲେ । କାଳକ୍ରମେ ଏହି ଗ୍ରାମର ଜମିରେ ଭଲ ଫସଲ ନ ହେବାରୁ ଏବଂ ପାଣିର ଅଭାବ ଯୋଗୁ ସ୍ଥାନୀୟ ବାସିନ୍ଦା ପଳାଇଯିବା ଆରମ୍ଭ କରିଥିଲେ । ଧିରେ ଧିରେ ଏହା ଖାଲି ହୋଇ ଯାଇଥିଲା । ତେବେ କଦାସାମୀ କିନ୍ତୁ ଗ୍ରାମରେ ମରିବାକୁ ଚାହୁଁଥିଲେ । ସେ କୌଣସି ମତେ ଗ୍ରାମ ଛାଡି ଯିବେ ନାହିଁ ବୋଲି କହିଥିଲେ । ୨୦ ବର୍ଷ ତଳେ ତାଙ୍କ ପତ୍ନୀଙ୍କ ପରଲୋକ ହୋଇ ଯାଇଥିଲା ।

ତାଙ୍କ ପୁଅ କୃଷ୍ଣନ ଗ୍ରାମଠାରୁ ୧୫ କିଲୋମିଟର ଦୂରରେ ରହୁଥିଲେ । ସେ ତାଙ୍କ ବାପାଙ୍କ ପାଇଁ ଅଧିକାଂଶ ସମୟରେ ଖାଦ୍ୟ ନେଇ ଯାଉଥିଲେ । ନିଜେ ନ ଯାଇ ପାରିଲେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ପଠାଉଥିଲେ । କଦାସାମୀ ନିଜ କାମ ନିଜେ ସର୍ବଦା କରୁଥିଲେ । ଏବେ ଉପରୋକ୍ତ ବ୍ୟକ୍ତିଜଣଙ୍କ ତାଙ୍କ ଘରକୁ ଯିବା ପରେ ଦେଖିଥିଲେ କଦାସାମୀଙ୍କ ପ୍ରାଣବାୟୂ ଉଡିଯାଇଛି । ସେ ତାଙ୍କ ପୁଅଙ୍କୁ ଏହି ଖବର ଦେଇଥିଲେ । ଜଲ୍ଲୀକଟ୍ଟୁରେ ସେ ଭାଗ ନେଇ ବେଶ ଚର୍ଚ୍ଚିତ ଥିଲେ । ସେକୁରାଗୁଡି ପଂଚାୟତରେ ଥିବା ୬ଟି ଗ୍ରାମ ମଧ୍ୟରେ ଏହା ଗୋଟିଏ ଥିଲା । ଏବେ ଗୋଟିଏ ଗ୍ରାମ ସମ୍ପୂର୍ଣ୍ଣ ଭାବେ ନିଶ୍ଚିହ୍ନ ହୋଇଯାଇଛି । ଏହି ଗ୍ରାମକୁ ଏବେ ବି କେହି ଆସିବାକୁ ରାଜି ହେଉ ନାହାନ୍ତି ।

Comments are closed.