Latest Odisha News

BREAKING NEWS

ନୂଆ ଦଳର ନାମ ଘୋଷଣା କଲେ ଗୁଲାମ ନବୀ ଆଜାଦ୍

ନୂଆଦିଲ୍ଲୀ: କଂଗ୍ରେସରୁ ଇସ୍ତଫା ଦେଇ ଦୀର୍ଘ ଦଶନ୍ଧିର ସମ୍ପର୍କ ଭାଙ୍ଗିଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଆଜି ତାଙ୍କ ନୂଆ ଦଳର ନାମ ଘୋଷଣା କରିଛନ୍ତି। ସେ ତାଙ୍କ ଦଳର ନାମ ‘ଡେମୋକ୍ରାଟି ଆଜାଦ’ ଦେଇଛନ୍ତି। ଯାହା କୌଣସି ଦଳ କିମ୍ବା ନେତାଙ୍କ ଦ୍ୱାରା ପ୍ରଭାବିତ ହେବ ନାହିଁ ଏବଂ ସ୍ୱାଧୀନ ଭାବେ କାମ କରିବ ବେୋଲି ସେ କହିଛନ୍ତି। ଦଳର ନାମ ଘୋଷଣା କରିବାବେଳେ ଗୁଲମ ନବୀ ଆଜାଦ କହିଛନ୍ତି ଯେ ତାଙ୍କ ଦଳ ସ୍ୱାଧୀନ ଭାବେ କାମ ରହିବ।

ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ତାଙ୍କ ଦଳର ନାମ ‘ଡେମୋକ୍ରାଟିକ୍ ଆଜାଦ ପାର୍ଟି’ ରଖିଛନ୍ତି। ଏହି ନାଁ ଘୋଷଣା କରି ସେ କହିଛନ୍ତି, “ମୋର ନୂଆ ପାର୍ଟି ପାଇଁ ଉର୍ଦ୍ଦୁ ଏବଂ ସଂସ୍କୃତରେ ପ୍ରାୟ 1500 ନାମ ପଠାଯାଇଥିଲା। ହିନ୍ଦୀ ଏବଂ ଉର୍ଦ୍ଦୁର ମିଶ୍ରଣ ହେଉଛି “ହିନ୍ଦୁସ୍ତାନୀ”। ଆମେ ଚାହୁଁଥିଲୁ ଏହି ନାମଟି ଗଣତାନ୍ତ୍ରିକ, ଶାନ୍ତିପୂର୍ଣ୍ଣ ଏବଂ ସ୍ୱାଧୀନ ଅଟେ। ଦଳର ନାମ ହେଉଛି “ଡେମୋକ୍ରାଟିକ୍ ଆଜାଦ ପାର୍ଟି”। ଡେମୋକ୍ରାଟିକ୍ ପାର୍ଟି ହେଉଛି ଗଣତନ୍ତ୍ର, ଯାହାର ଅର୍ଥ ହେଉଛି ଦଳରେ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯିବ। ଯାହା ତାଙ୍କର ନିଜସ୍ୱ ଚିନ୍ତାଧାରା ବୋଲି କହିଛନ୍ତି।

ଦଳର ନାମ ସହିତ ଗୁଲାମ ନବୀ ତାଙ୍କ ନୂଆ ଦଳର ପତାକା ଉନ୍ମୋଚନ କରିଥିଲେ। ଏହି ପତାକାଟି ନୀଳ, ଧଳା ଏବଂ ହଳଦିଆ ରଙ୍ଗର ମିଶ୍ରଣ। ପତାକା ଉତ୍ତୋଳନ କରି ଗୁଲାମ କହିଛନ୍ତି, ହଳଦିଆ ବିବିଧତା ମଧ୍ୟରେ ସୃଜନଶୀଳତା ଏବଂ ଏକତାକୁ ବୁଝାଏ। ଯେତେବେଳେ ଧଳା ଶାନ୍ତିକୁ ସୂଚାଏ ସେହିପରି ନୀଳ ରଙ୍ଗ ସ୍ୱାଧୀନତାକୁ ବୁଝାଏ ବୋଲି କହିଛନ୍ତି। ଯାହା ଖୋଲା ସ୍ଥାନ, କଳ୍ପନା ଏବଂ ସମୁଦ୍ରର ଗଭୀରତାଠାରୁ ଆକାଶର ଉଚ୍ଚତା ପର୍ଯ୍ୟନ୍ତ ସୀମାକୁ ବୁଝାଏ ବୋଲି ଗୁଲାମ କହିଛନ୍ତି।

ନିକଟରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଏହାପରେ ଗୁଲାମ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ସେ ଏପରି ଚର୍ଚ୍ଚାକୁ ଖାରଜ କରିଥିଲେ। ଆଉ ନୂଆ ଦଳର ନାମ ଘୋଷଣା କରିବେ ବୋଲି କହିଥିଲେ। ଜମ୍ମୁ କଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ଏଯାବତ ନିର୍ବାଚନ ହୋଇନି। କୁହାଯାଉଛି ସାଧାରଣ ନିର୍ବାଚନ ସହିତ ଜମ୍ନୁ କଶ୍ମୀରରେ ବିଧାନସଭା ନିର୍ବାଚନ ହୋଇପାରେ।

Comments are closed.