Latest Odisha News

BREAKING NEWS

କଂଗ୍ରେସ ଅଧ୍ୟକ୍ଷ ରେସରୁ ଗେହଲୋଟ୍ ଆଉଟ୍, କମଲନାଥ୍ ଇନ୍ !

ନୂଆଦିଲ୍ଲୀ: ରାଜସ୍ଥାନ ରାଜଧାନୀ ଜୟପୁରରୁ ଦେଶର ରାଜଧାନୀ ଦିଲ୍ଲୀ କଂଗ୍ରେସ ଶିବିର ଚଳଚଞ୍ଚଳ ହୋଇଛି। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅଶୋକ ଗେହଲୋଟଙ୍କ ଶିବିର ବିଦ୍ରୋହ କରିବା ପରେ ଅନେକ ରାଜନୈତିକ ସମୀକରଣ ବଦଳିବାରେ ଲାଗିଛି। କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବା ଗେହଲଟ୍ ମୁଖ୍ୟମନ୍ତ୍ରୀ ପଦ ଛାଡିବେ ବୋଲି କୁହାଯାଉଥିଲା, କିନ୍ତୁ ତାଙ୍କ ଶିବିରର ପ୍ରାୟ ୯୦ ଜଣ ବିଧାୟକ ନାଟକୀୟ ଢଙ୍ଗରେ ଇସ୍ତଫା ଦେଇ ଏକ ପ୍ରକାର ଚାପ ପ୍ରୟୋଗ କରିଛନ୍ତି। ରାଜନୈତିକ ବିଶେଷଜ୍ଞ କହିଛନ୍ତି, ଗେହଲୋଟଙ୍କ ଶିବିରର ବିଧାୟକ ଇସ୍ତଫା ଦେଇ ଉଭୟ ଦଳର ଅଧ୍ୟକ୍ଷ ଏବଂ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାପ ପ୍ରୟୋଗ କରୁଛନ୍ତି।

ଏବେ ଏହି ଘଟଣାର ମୂଳ କେନ୍ଦ୍ର ଅର୍ଥାତ ରାଜସ୍ଥାନ ଅଧ୍ୟକ୍ଷ ପଦ ରେସରୁ ଗେହଲୋଟ ବାଦ ପଡିବେ ବୋଲି ଚର୍ଚ୍ଚା ହେଉଛି। ଦଳର ହାଇକମାଣ୍ଡ ବା ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଅଶୋକ ଗେହଲୋଟଙ୍କ କାର୍ଯ୍ୟଧାରାକୁ ନେଇ ଅସନ୍ତୁଷ୍ଟ ରହିଛନ୍ତି। ଏପରି ସ୍ଥିତିରେ ଗେହଲୋଟଙ୍କ ବିକଳ୍ପ କିଏ ହେବେ ଚିନ୍ତା କରି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ବରିଶ୍ଠ ନେତା କମଲନାଥଙ୍କୁ ଦିଲ୍ଲା ଡକରା ହୋଇଛି।

କମଲନାଥ ମଧ୍ୟପ୍ରଦେଶରେ ଥିବା ନିଜର ସମସ୍ତ କାମ ଛାଡି ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ମୁହାଁ ହୋଇଥିବା ସୂଚନା ରହିଛି। ଅପରାହ୍ନ ୪ଟାରେ କମଲନାଥ ଦିଲ୍ଲୀ ପହଞ୍ଚିବେ ବୋଲି ସୂଚନା ରହିଛି।ତେଣୁ ଅଧ୍ୟକ୍ଷ ରେସରେ କମଲନାଥ ରହିଥିବା ଚର୍ଚ୍ଚା ହେଉଛି। ଏହି ବୈଠକରେ କେ.ସି ବେଣୁଗୋପାଳ, ଅଜୟ ମାକେନ ଏବଂ ଅନ୍ୟ ନେତା ଉପସ୍ଥିତ ରହିବେ ବୋଲି  ସୂଚନା ରହିଛି।

ସୂଚନାନୁସାରେ, CWC ସଦସ୍ୟ ବା କଂଗ୍ରେସ କାର୍ଯ୍ୟକାରିଣୀ ସଦସ୍ୟ ଏବେ ଗେହଲୋଟଙ୍କ ଶିବିରର ଆଭିମୁଖ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଉ ସୋନିଆଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସଦସ୍ୟମାନେ କହିଛନ୍ତି, ଦଳର ସଭାପତି ଅଶୋକ ଗେହଲୋଟଙ୍କ ଉପରେ ବିଶ୍ୱାସ ରଖିବା ଏବଂ ତାଙ୍କୁ ଦଳର ମୁଖ୍ୟ ଦାୟିତ୍ୱ ପଦ ଦେବା ଠିକ୍ ହେବ ନାହିଁ।

ସୂଚନାନୁସାରେ, ସୋନିଆ ଗାନ୍ଧୀ ଦଳର ଜଣେ ବରିଷ୍ଠ ତଥା ଦଳର ସଭାପତି ପଦ ପାଇଁ ଗାନ୍ଧୀ ପରିବାର ପ୍ରତି ବିଶ୍ୱସ୍ତ ଥିବା ବ୍ୟକ୍ତିଙ୍କ ନାମ ଘୋଷଣା କରିବାକୁ ଚାହୁଁଛନ୍ତି। ରାଜସ୍ଥାନ କଂଗ୍ରେସରେ ରାଜନୈତିକ ନାଟକ ପରେ କଂଗ୍ରେସ ମଲ୍ଲିକାର୍ଜୁନ ଖାଡଗେ ଏବଂ ଅଜୟ ମାକେନଙ୍କୁ ଜୟପୁର ପଠାଇଥିଲା। କୁହାଯାଉଛି ଯେ ଗେହଲୋଟଙ୍କ ନିର୍ଦ୍ଦେଶରେ ତାଙ୍କ ଦଳର ବିଧାୟକମାନେ ଉଭୟ ପର୍ଯ୍ୟବେକ୍ଷକଙ୍କୁ ଭେଟି ନାହାନ୍ତି।

ଗେହଲୋଟ୍ ଦଳର ବିଧାୟକମାନେ କଂଗ୍ରେସ ବିଧାନସଭା ପାର୍ଟିର ବୈଠକରେ ଯୋଗଦେବାକୁ ଆସିନଥିଲେ। ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି କଂଗ୍ରେସ ସଭାପତି ପଦ ପାଇଁ ପ୍ରାର୍ଥୀ ଭାବରେ ଅନେକଙ୍କ ନାଁ ଚର୍ଚ୍ଚା କରୁଛି। ଅନ୍ୟପଟେ ସାଂସଦ ଶଶୀ ଥରୁର ମଧ୍ୟ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ନେଇଥିବା ସୂଚନା ରହିଛି।

Leave A Reply

Your email address will not be published.