Latest Odisha News

BREAKING NEWS

ଏପରି ଏକ ଗାଁ, ଯେଉଁଠାରେ ଆଦୌ ରାସ୍ତା ନାହିଁ

ଭୁବନେଶ୍ବର: ଆାମ ଏ ପୃଥିବୀ ପ୍ରାକୃତିକ ସୋନ୍ଦର୍ଯ୍ୟରେ ପରିପୂର୍ଣ୍ଣ ।ପ୍ରାକୃତିକ ସୋନ୍ଦର୍ଯ୍ୟ ଥିବା ସ୍ଥାନକୁ ଦେଖିବା ପାଇଁ କାହିଁ କେତେ ଦୂରରୁ ବୁଲିବାକୁ ଆସନ୍ତି ଲୋକ । କେବଳ ବୁଲିବା ପାଇଁ ନୁହେଁ ନିଜ ମନର ଅସ୍ଥିରତାକୁ ନିୟନ୍ତ୍ରିତ କରିବାପାଇଁ ମଧ୍ୟ ।  ଆପଣ ଜାଣିଥିବେ ସବୁ ସ୍ଥାନକୁ ଯିବାକୁ ହେଲେ ରାସ୍ତା ଦେଇ ଯିବାକୁ ପଡେ ସେ ଗାଁ ହେଉ ବା ସହର ।ହେଲେ ଆପଣ ଜାଣିଛନ୍ତି କି ଏଭଳି ଏକ ଗାଁ ଅଛି ଯେଉଁଠି ରାସ୍ତା ନାହିଁ । ହଁ ଆଜ୍ଞା ଏହା ଆପଣଙ୍କୁ ଅଦଭୁତ ଲାଗିପାରେ ହେଲେ ଏହା ସତ । ପୃଥିବୀରେ ଏଭଳି ଏକ ଗାଁ ଅଛି ଯେଉଁଠି ଆଦୌ ରାସ୍ତା ନାହିଁ । ଆମେ ଆପଣଙ୍କୁ ନେଦରଲ୍ୟାଣ୍ଡର ଛୋଟ ଗାଁ ଗିଥ୍ରୋନ ବିଷୟରେ କହୁଛୁ ।

ଯେଉଁଠି ଆଦୌ ରାସ୍ତା ନାହିଁ ।ରାସ୍ତା ନ ଥିବାରୁ ଗାଁରେ କାହା ପାଖରେ କୌଣସି ପ୍ରକାର ଗାଡି ମଧ୍ୟ ନାହିଁ । ଗାଁର ଚାରିପାଖରେ ପାଣି ଥିବାରୁ ଏଠାରେ ବାସ କରୁଥିବା ଲୋକ ଡଙ୍ଗାରେ ଯିବାଆସିବା କରନ୍ତି । ଏହି ଗାଁର ସୋନ୍ଦର୍ଯ୍ୟ ଏତେ ସୁନ୍ଦର ଯେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ । ନେଦରଲ୍ୟାଣ୍ଡର ଏହି ଗାଁରେ ୧୮୦ ରୁ ଅଧିକା ପୋଲ ରହିଛି ଯାହା ସାହାଯ୍ୟରେ ଲୋକ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଆସିବା କରିଥାନ୍ତି । ଏଠାରେ ରାସ୍ତା ନଥିବାରୁ ପର୍ଯ୍ୟଟ୍ଟକଙ୍କ ସଂଖ୍ୟା ଖୁବ୍ କମ୍ ଥାଏ । ଗାଁରେ ଲୋକମାନେ ସୁଖଶାନ୍ତିରେ ଜୀବନଯାପନ କରନ୍ତି । କାରଣ ଏଠି ଗାଡି ନଥିବାରୁ ଶବ୍ଦ ପ୍ରଦୁଶଣ ହୋଇନଥାଏ ।

Comments are closed.