Latest Odisha News

BREAKING NEWS

ଅତିଥି ବେଶରେ ଆସିଲେ; ରିସେପସନ୍ ପାର୍ଟିରୁ ସୁନା ଟଙ୍କା ଭର୍ତ୍ତି ବ୍ୟାଗ୍‌ ଧରି ଚମ୍ପଟ ମାରିଲେ

ପୁରୀ: ଅତିଥି ବେଶରେ ଆସି ରିସେପସନ ମଣ୍ଡପରୁ ୧୦ ଲକ୍ଷ ଟଙ୍କାର ଗିଫ୍ଟ ନେଇ ଚମ୍ପଟ ମାରିଲା ଦୁର୍ବୁତ୍ତ । ଭୁବନେଶ୍ବର ପରେ ଏବେ ପୁରୀ ବଳିଆପଣ୍ଡା ଥାନା ଅଞ୍ଚଳରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଏନେଇ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ବର୍ତ୍ତମାନ ସୁଦ୍ଧା କେତେ ଟଙ୍କାର ସୁନା ଓ ଟଙ୍କା ଚୋରି ହୋଇଥିବା ଜଣାପଡିନାହିଁ ।

ଖବର ମୁତାବକ, ପୁରୀ ବଳିଆପଣ୍ଡା ଅଞ୍ଚଳର ଏକ ହୋଟେଲରେ ବାହାଘର ରିସେପସନ ପାର୍ଟି ଚାଲିଥିବାବେଳେ, ଅତିଥି ରୂପେ ଦୁଇ ଜଣ ଯୁବକ ଆସିଥିଲେ । ରିସେପସନ ଭୋଜି ଖାଇବା ସହ ପୁରା ମାହୋଲକୁ ମନ ଭରି ଉପଭୋଗ କରିଥିଲେ । ଏହା ସହ ସମସ୍ତଙ୍କ ଉପରେ ନଜର ରଖିଥିଲେ । ପରିବାର ଓ ବନ୍ଧୁବାନ୍ଧବ ମାନେ କାମ ବ୍ୟସ୍ତରେ ଥିବାବେଳେ ଏହାର ସୁଯୋଗନେଇ ଗିଫ୍ଟ ବ୍ୟାଗରେ ଥିବା ସୁନା ଓ ଟଙ୍କା ଧରି ଛୁ ମାରିଲେ ।

ପରେ ପରିବାର ଲୋକେ ଉକ୍ତ ବ୍ୟାଗକୁ ବହୁ ଖୋଜାଖୋଜି କରି ପାଇ ନ ଥିଲେ । ଏହାପରେ ସିସିଟିଭିରେ ସେମାନେ ଜଣେ ଯୁବକ ଉକ୍ତ ବ୍ୟାଗ୍‌ ନେଇ ଯାଉଥିବା ଦେଖିବାକୁ ପାଇଥିଲେ । ଏନେଇ ସେମାନେ ତୁରନ୍ତ ଥାନାରେ ଅଭିଯୋଗ କରିଥିଲେ । ସିସିଟିଭି ଫୁଟେଜ ଆଧାରରେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି ।

Comments are closed.