Latest Odisha News

BREAKING NEWS

ଦୀପାବଳୀ ପୂର୍ବରୁ ଭକ୍ତଙ୍କୁ ମିଳିଲା ମାଙ୍କ ଆଶୀର୍ବାଦ; ଏବେ ଦୈନିକ ୧୫୦୦୦ ଶ୍ରଦ୍ଧାଳୁ କରିପାରିବେ ମା ବୈଷ୍ଣୋ ଦେବୀଙ୍କ ଦର୍ଶନ

ଜାମ୍ମୁ: ଦିପାବଳୀ ପୂର୍ବରୁ ଶ୍ରୀ ମାତା ବୈଷ୍ଣୋ ଦେବୀ ତାଙ୍କ ଭକ୍ତଙ୍କୁ ଏକ ବିରାଟ ଉପହାର ଦେଇଛନ୍ତି। ଦିପାବଳୀ ପୂର୍ବରୁ ଦୈନିକ ପରିଦର୍ଶନ କରିବାକୁ ଯାଉଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟାକୁ ଦ୍ୱିଗୁଣିତ କରିଦିଆଯାଇଛି।
ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିରରେ ପାର୍ବଣ ଋତୁରେ ମାତାଙ୍କ ଦର୍ଶନ କରିବାକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ଦୈନିକ ୧୫୦୦୦ କୁ ବୃଦ୍ଧି କରାଯାଇଛି।

ଉଲ୍ଲେଖନୀୟ ଥାଉ କି, କରୋନା ସଂକ୍ରମଣକୁ ରୋକିବା ପାଇଁ, ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ୭୦୦୦ ଭକ୍ତଙ୍କୁ ମାଙ୍କ ଦର୍ଶନ କରିବାକୁ ଅନୁମତି ଦିଅଯାଉଥିଲା। ଏଥି ସହିତ କରୋନା ସଂକ୍ରମଣକୁ ରୋକିବା ପାଇଁ ନିୟମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ବୋଲି ମଧ୍ୟ ବୋର୍ଡ ସ୍ପଷ୍ଟ କରିଛି।

ତେବେ ମାଙ୍କ ଦର୍ଶନ କରିବାକୁ ଆସୁଥିବା ଯାତ୍ରୀମାନଙ୍କୁ ଏଥିପାଇଁ ପୂର୍ବରୁ ଅନଲାଇନ୍ ରେଜିଷ୍ଟ୍ରେସନ୍ କରିବାକୁ ପଡିବ। ଏଥି ସହିତ ମନ୍ଦିରକୁ ପ୍ରବେଶ କରିବା ପାଇଁ ଯାତ୍ରୀଙ୍କ ସୁବିଧା ନିମନ୍ତେ ବିଭିନ୍ନ ବ୍ୟବସ୍ଥା ପୂର୍ବରୁ ଆରମ୍ଭ ହୋଇସାରିଛି। ତେବେ କରୋନାକୁ ଏଡାଇବା ପାଇଁ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀମାନେ ସାଙ୍ଗରେ କରୋନା ରିପୋର୍ଟ ଆଣିବା ଜରୁରୀ ବୋଲି କୁହଯାଇଛି।

Comments are closed.