Latest Odisha News

BREAKING NEWS

ଗ୍ଲାମରର୍ସ କୁଶଳୀ ମହିଳା ଶ୍ରମିକ, ୩୦ ପୁରୁଷଙ୍କ ମଧ୍ୟରେ ଏକାକୀ କାମ କରନ୍ତି

ମେଲବୋର୍ଣ୍ଣ: ଆଜିକାଲି ମହିଳାମାନେ ବିଭିନ୍ନ ପ୍ରକାରର କାର୍ଯ୍ୟ କରୁଛନ୍ତି । ଏମିତି କିଛି କାମ ଅଛି, ଯାହା କେବଳ ପୁରୁଷମାନେ କରିଥାନ୍ତି । ଆଉ ଯଦିସେଇ କାମକୁ ଜଣେ ମହିଳା କରେ ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଜଣେ ଗ୍ଲାମରର୍ସ ମହିଳା ନିର୍ମାଣ ଶ୍ରମିକ ଭାବେ କାମ କରି ଏବେ ଖୁବ୍ ଚର୍ଚ୍ଚାରେ ।

ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ରୁହନ୍ତି କାମିଲା ବର୍ନାଲ । ବୟସ ୩୧ ବର୍ଷ । ସେ ଦେଖିବାକୁ ଠିକ୍ ମଡ଼େଲ ପରି ବହୁତ ସୁନ୍ଦର । ସେ କୁଶଳୀ ଶ୍ରମିକ ଭାବେ କାମ କରନ୍ତି । ଏହି କାମ କରି ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଏବେ ସେ ଜଣେ ଦକ୍ଷ ବ୍ୟବସାୟୀ ପାଲଟିଗଲେଣି । ସେ ଗ୍ରାଫିକ୍ ଡିଜାଇନର୍ ଭାବରେ ଅଧ୍ୟୟନ କରିବା ପରେ କମ୍ ଦରମାରେ ଏକ ଛୋଟ ଚାକିରି କରିଥିଲେ । ହେଲେ ସେଥିରେ ସନ୍ତୁଷ୍ଟ ନ ଥିଲେ । ସବୁବେଳେ କିଛି ନୂଆ କରିବାକୁ ଚିନ୍ତା କରୁଥିଲେ । ତାଙ୍କ ଜଣେ ବନ୍ଧୁଙ୍କ ପରାମର୍ଶରେ ସେ କୁଶଳୀ ଶ୍ରମିକ ହେବାକୁ ନିଷ୍ପତ୍ତି ନେଲେ ।

କାମିଲା କୁହନ୍ତି, ମୁଁ ଏହି କାମ ୭ ବର୍ଷ ହେଲାଣି କରି ଆସୁଛି । ପ୍ରତ୍ୟକ ଦିନ ସକାଳ ୭ ଟାରେ ମୁଁ ସାଇଟରେ ପହଞ୍ଚି ୮ ଘଣ୍ଟା ଶାରୀରିକ ପରିଶ୍ରମ କରିଥାଏ । ମୁଁ ସ୍କୋଲିଓସିସ୍ ନାମକ ଏକ ମେରୁଦଣ୍ଡ ରୋଗରେ ମଧ୍ୟ ପୀଡିତ । ଏହି କାମ ବହୁତ କଠିନ । ଏଭଳି ପରିସ୍ଥିତିରେ ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିବାକୁ ପଡିଥାଏ । ଭଲ ଭାବେ ଇଂଲିଶ୍ କହି ପାରୁ ନ ଥିବାରୁ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାଏ । ମୋତେ ୩୦ ପୁରୁଷଙ୍କ ମଧ୍ୟରେ ଏକାକୀ ମହିଳା ଭାବେ କାମ କରିବାକୁ ପଡିଥାଏ । ମୋତେ ଅନେକ ପୁରୁଷ ଥଟା ମଧ୍ୟ କରନ୍ତି । ଏମିତି କି ମୋର ପୋଷାକ ଦେଖି ଗ୍ଲାମରର୍ସ କୁଶଳୀ ଶ୍ରମିକ କହି ଥଟ୍ଟା ମଧ୍ୟ କରିଥାନ୍ତି । ହେଲେ ମୁଁ ସେମାନଙ୍କ କଥାକୁ ଗୁରୁତ୍ୱ ନ ଦେଇ ମୋ କାମ କରିଚାଲେ । ମୁଁ ଆଶା କରୁଛିି ଯେ, ଧୀରେ ଧୀରେ ପରିବର୍ତ୍ତନ ଆସିବ ଏବଂ ଅଧିକ ମହିଳା ଏହି ଶିଳ୍ପରେ କାମ କରିବାକୁ ଆଗକୁ ଆସିବେ ।

Leave A Reply

Your email address will not be published.