Latest Odisha News

ଆଜି ମିଶ୍ରଣ ପର୍ବ: ବିଆରଏସରେ ସାମିଲ ହେବେ ଗିରିଧର, ଶିଶିରଙ୍କ ସମେତ ବହୁ ନେତା

କୋରାପୁଟ: ଭାରତ ରାଷ୍ଟ୍ର ସମିତିରେ(ବିଆରଏସ) ସାମିଲ ହେବେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ  ଓ ତାଙ୍କ ପୁଅ ଶିଶିର ଗମାଙ୍ଗ। ଆଜି ଅପରାହ୍ନରେ ହାଇଦ୍ରାବାଦରେ ହେବ ମିଶ୍ରଣ ପର୍ବ । ଏହି ବାପ-ପୁଅଙ୍କ ସମେତ ଓଡ଼ିଶାର ବହୁ ନେତା ବିଆରଏସରେ ମିଶିବେ । ଗିରିଧର ଓ ଶିଶିର ଆଜି ୧୧ଟାରେ ପ୍ଲାଇଟରେ ଯାଇଥିବାବେଳେ ଏଥିପାଇଁ ବହୁ ସଂଖ୍ୟକ ନେତା ଓଡ଼ିଶାରୁ ବସ ତଥା ଟ୍ରେନ ଯୋଗେ ଯାଇଥିବା ଜଣାଯାଇଛି । ଏମାନେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱରେ ପରିଚାଳିତ ବିଆରଏସରେ ସାମିଲ ହେବେ ।

ଗତ ବୁଧବାର ଗିରିଧର ଓ ଶିଶିର ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଉସ୍ତଫା ଦେଇଛନ୍ତି । ଏ ନେଇ ଏକ ପ୍ରେସ ମିଟରେ ସୂଚନା ଦେଇଥିଲେ ଗିରିଧର । ଏମାନେ ୨୦୧୫ରେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ଏବେ ବିଜେପି ଛାଡି ବିଆରଏସରେ ସାମିଲ ହେବାକୁ ଯାଉଛନ୍ତି ।

ଏମାନଙ୍କ ସହିତ ବିଆରଏସରେ ଜୟରାମ ପାଙ୍ଗି ମଧ୍ୟ ସାମିଲ ହେବାକୁ ଯାଉଛନ୍ତି । ଜଣେ ଅଣକଂଗ୍ରେସ ନେତା ଭାବେ ସେ ୪୦ ବର୍ଷ ଧରି କୋରାପୁଟ ଜିଲ୍ଲାର ମଙ୍ଗ ଧରିଥିଲେ । ଜୟରାମଙ୍କ ସହ ନବ ନିର୍ମାଣ କୃଷକ ସଂଗଠନର କିଛି କାର୍ଯ୍ୟକର୍ତ୍ତା ମଧ୍ୟ ଏହି ମିଶ୍ରଣ ପର୍ବରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

ଏଠି କହିରଖିବୁ, କିଛି ଦିନ ପୂର୍ବରୁ   ବିଆରଏସ୍‌ ମୁଖ୍ୟ କେ. ଚନ୍ଦ୍ରଶେଖର ରାଓଙ୍କୁ ଏ ସମସ୍ତ ନେତା ଗିରିଧର, ପୁଅ ଶିଶିର, ଜୟରାମ ପାଙ୍ଗି ପ୍ରମୁଖ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହା ପରେ ଏମାନଙ୍କ ଦଳବଦଳ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ବୁଧବାର ଗିରିଧର ଓ ପୁଅ ଶିଶିର ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ଦଳବଦଳର ବିଷୟରେ ନିଜର ମତ ସ୍ପଷ୍ଟ କରିଥିଲେ । ଏପରିକି ଶିଶିର ଗମାଙ୍ଗ  ଓଡ଼ିଶା ସମ୍ବାଦକୁ ସାକ୍ଷାତ ଦେଇ ବିଆରଏସ ଯୋଗ ଦେବା ନେଇ ମଧ୍ୟ ସ୍ପଷ୍ଟ ମତ ରଖିଥିଲେ । ଏଥିସହ ୨୦୨୪ ନିର୍ବାଚନରେ ଗିରିଧରଙ୍କ ନେତ୍ଠତ୍ୱରେ ଦଳ ୧୪୭ ବିଧାନସଭା ଏବଂ ୨୧ ଲୋକସଭା ଆସନରେ ଲଢିବ ବୋଲି ସ୍ପଷ୍ଟ କରିଥିଲେ ।

ପରେ ଜୟରାମ ପାଙ୍ଗି  ଗୋଟିଏ ଭିଡିଓ ଜାରି କରି ସେ ଆସନ୍ତା ୨୭ ତାରିଖରେ ବିଆର୍‌ଏସ୍‌ରେ ଯୋଗ ଦେଉଥିବା ପ୍ରକାଶ କରିଥିଲେ

Comments are closed.