ନୂଆଦିଲ୍ଲୀ: ଭାରତର ନୂଆ ସିଏଜି ଭାବରେ ଶପଥ ଗ୍ରହଣ କରିଛନ୍ତି ଓଡ଼ିଆ ଆଇଏଏସ୍ ଗିରୀଶ ମୁର୍ମୁ । ରାଷ୍ଟ୍ରପତି ଭବନରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
ରାଷ୍ଟ୍ରପତି ଭବନରେ ସୀମିତ ସଂଖ୍ୟକ ଅତିଥିଙ୍କ ଉପସ୍ଥିତିରେ ସାମାଜିକ ଦୂରତା ରକ୍ଷା କରି ଆୟୋଜିତ ହୋଇଥିଲା ଶପଥ ଗ୍ରହଣ ସମାରୋହ । ଉପସ୍ଥିତ ଥିଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ।
Shri Girish Chandra Murmu takes oath as the new Comptroller and Auditor General of India.
President Shri Ram Nath Kovind administered the oath of office and secrecy to Shri Murmu in Rashtrapati Bhawan . pic.twitter.com/p4DsSIy7ME
— PIB in Odisha (@PIBBhubaneswar) August 8, 2020
ଗତ ଗୁରୁବାର ଦିନ ଗିରୀଶ ମୁର୍ମୁଙ୍କୁ ସିଏଜି ଭାବରେ ନିଯୁକ୍ତି ଦେଇଥିଲେ କେନ୍ଦ୍ର ସରକାର । ତାପୂର୍ବରୁ ସେ ଜମ୍ମୁ କଶ୍ମୀର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ ।
୧୯୮୫ ବ୍ୟାଚ୍ ଗୁଜରାଟ କ୍ୟାଡର ଆଇଏଏସ୍ ଅଫିସର ଗିରୀଶ ମୁର୍ମୁ । ଚାକିରିରୁ ଅବସର ପରେ ଗତବର୍ଷ ଅକ୍ଟୋବର ୨୦ ତାରିଖରେ ଜମ୍ମୁ କଶ୍ମୀରର ଉପରାଜ୍ୟପାଳ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ।
Comments are closed.