Latest Odisha News

ଦେଶରେ ବଢୁଛି କରୋନା: ୨୪ ଘଣ୍ଟାରେ ସଂକ୍ରମିତ ହେଲେ ପାଖାପାଖି ୨୫ ହଜାର

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଗମ୍ଭୀର ହେଉଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୨୪,୮୫୦ ଜଣ ସଂକ୍ରମିତ ହୋଇଥିବା ବେଳେ ୬୧୩ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୭୩,୧୬୫ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ।

ଏଯାବତ୍ କରୋନାରେ ସଂକ୍ରମିତ ହୋଇ ପ୍ରାୟ ୨,୪୪,୮୧୪ ଜଣ ବ୍ୟକ୍ତି ଚିକିତ୍ସିତ ହେଉଥିବା ବେଳେ ୧୯,୨୬୮ ଜଣ ପ୍ରାଣ ହରାଇଛନ୍ତି।

ଅନ୍ୟପଟେ ୪,୦୯,୦୮୩ ଜଣ ଚିକିତ୍ସିତ ରୋଗୀ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।

ସେହିପରି ସଂକ୍ରମିତ ସଂଖ୍ୟାରେ ଚୀନକୁ ବି ଟପିଯାଇଛି ଦିଲ୍ଲୀ- ଏନସିଆର । ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ୨ ଲକ୍ଷ ଟପିଛି ।

Leave A Reply

Your email address will not be published.