Latest Odisha News

ସ୍କୁଲ ନଯିବାରୁ ପାଟିକଲେ କଲେ ମାଆ, ଜୀବନ ହାରିଦେଲା ଝିଅ

ଚଣ୍ଡିଗଡ଼: ମାଆର ଗାଳି ସହି ନପାରି ଜୀବନ ହାରିଲେ ସପ୍ତମ ଶ୍ରେଣୀ ଛାତ୍ରୀ । ହରିୟାଣାର ପାନିପଥରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସ୍କୁଲ ନଯିବାରୁ ମାଆ ନିଜ ଝିଅକୁ ଗାଳି ଦେଇଥିଲେ । ଯେଉଁଥିପାଇଁ ଝିଅ ନିଜ ଜୀବନ ହାରିଦେଇଥିବା କୁହାଯାଉଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପାନିପଥରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି ।

ମୃତକଙ୍କ ପରିବାର ବିହାରର ବାସିନ୍ଦା । ବର୍ତ୍ତମାନ ସେ ପାନିପଥର ରାଜନଗରରେ ରହୁଛନ୍ତି । ମୃତକଙ୍କ ମାଆଙ୍କ କହିବା ଅନୁଯାୟୀ ଆତ୍ମହତ୍ୟା କରିଥିବା ଝିଅ ରାଜନଗରର ଏକ ସରକାରୀ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିଲେ । ସେ ଗତ ଦୁଇ ଦିନ ଧରି ସ୍କୁଲ ଯାଉନଥିବାରୁ ଘଟଣା ଦିନ ସକାଳେ ମାଆ ତାଙ୍କୁ ଗାଳିଗୁଲଜ କରି ଦୁଇଥର ଚାପୁଡ଼ା ମାରିଥିଲେ । ଯେଉଁଥିପାଇଁ ଝିଅ ନିଜ ଜୀବନ ହାରି ଦେଇଛି ।
ଛାତ୍ରୀଙ୍କ ବାପାମାଆ ଡ୍ୟୁଟି କରିବାକୁ ଯାଇଥିଲେ । ଅନ୍ୟ ତିନି ଭାଇ ଓ ଭଉଣୀ ବିଦ୍ୟାଳୟକୁ ଯାଇଥିଲେ । ଏହି ସମୟରେ ଛାତ୍ରୀ ଜଣକ ଘରେ ଏକୁଟିଆ ଥିଲେ । ଅପରାହ୍ନରେ ତାଙ୍କ ଭାଇ ଘରକୁ ଫେରି ଦେଖିଲା ବେଳକୁ ଭଉଣୀ ଜୀବନ ହାରିଦେଇଥିବା ସେ ଦେଖିଥିଲେ । ତଦନ୍ତ ଅଧିକାରୀ କହିଛନ୍ତି ଯେ, ପୋଷ୍ଟମର୍ଟମ କରାଯାଇଛି ଏବଂ ମୃତଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Comments are closed.