Latest Odisha News

BREAKING NEWS

ପ୍ୟାରିସ ଅଲିମ୍ପିକ୍ସ ପଦକରେ ରହିବ ଏଫିଲ ଟାୱାରର ଧାତୁ

ପ୍ୟାରିସ:ପ୍ୟାରିସ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସ ଆୟୋଜକ ଫେବୃୟାରୀ ୮ରେ ପଦକ ସମ୍ପର୍କରେ ସୂଚନା ଦେଇଛନ୍ତି । ଏଥର ପଦକରେ ଏଫିଲ ଟାୱାରର ଧାତୁକୁ ଯୋଡା ଯାଇଛି । ୨୬ ଜୁଲାଇରୁ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଅଲିମ୍ପିକ୍ସ ଓ ୧୧ ଅଗଷ୍ଟରୁ ୮ ସେପ୍ଟମ୍ବର ପର୍ଯ୍ୟନ୍ତ ପାରା ଅଲିମ୍ପିକ ଆୟୋଜିତ ହେବ । ଏଥିପାଇଁ ୫୦୮୪ ପଦକ ପ୍ରସ୍ତୁତ କରାଯାଇଛି । ଏଥିରେ ୧୮ ଗ୍ରାମ ହେକ୍ସାଗନ ଟୋକନ ରହିଛି । ଅତୀତରେ ଏଫିଲ ଟାୱାରର ନବୀକରଣ ବେଳେ ଏଥିରୁ ବାହାରିଥିବା ଲୌହ ଏବଂ ଅନ୍ୟ ଧାତୁକୁ ଅଲିମ୍ପିକ୍ସ ପଦକରେ ବ୍ୟବହାର କରାଯାଇଛି । ଚୌମେଟ ଜୁଏଲାରୀ ପକ୍ଷରୁ ଏହାକୁ ପ୍ରସ୍ତୁତ କରାଯାଇଛି । ମାର୍ଟିନ ଫୋରକେଡଙ୍କ ଅଧ୍ୟକ୍ଷତାରେ ପ୍ୟାରିସ ୨୦୨୪ ଆଥଲେଟ କମିଟି ପଦକ ଉପରେ ବିଚାର ବିମର୍ଶ କରିବା ନେଇ ଏକ ବୈଠକର ଆୟୋଜନ କରାଯାଇଥିଲା ।

ଫ୍ରାନ୍ସ ଓ ପ୍ୟାରିସର ପ୍ରତିଷ୍ଠିତ ସ୍ମାରକ ଏଫିଲ ଟାୱାରକୁ ପଦକ ସହିତ ଯୋଡିବା ନିଷ୍ପତିକୁ ସମସ୍ତେ ସ୍ୱାଗତ କରିଥିଲେ । ପଦକର ଗୋଟିଏ ପଟେ ଏଫିଲ ଟାୱାର ଦୃଶ୍ୟ ରହିବା ସହ ଏଥିରେ ବ୍ରେଲ ଲିପିରେ ପ୍ୟାରିସ ୨୦୨୪ ଲେଖାଯାଇଛି । ଏହା ମାଧ୍ୟମରେ ଫ୍ରାଂସସୀ ଲେଖକ ଲୁଇ ବ୍ରେଲଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି । ଜିତର ପ୍ରତୀକ ଦେବୀ ଏଥେନା ନାଇକଙ୍କୁ ପଦକର ଉପର ପାଶ୍ୱର୍ରେ ରଖାଯାଇଛି । ଏହା ବ୍ୟତୀତ ଅଲିମ୍ପିକ ଓ ପାରା ଅଲିମ୍ପିକ ପଦକ ରିବନକୁ ମଧ୍ୟ ଏଫିଲ ଟାୱାର ସହିତ ଯୋଡା ଯାଇଛି । ସ୍ମାରକୀର ଡିଜାଇନ ଶୈଳୀରେ ଏହାକୁ ପ୍ରସ୍ତୁତ କରାଯାଇଛି ।

Leave A Reply

Your email address will not be published.