Latest Odisha News

ବିବାହ ପୂର୍ବରୁ ଫ୍ୟାନରେ ଝୁଲିପଡ଼ିଲେ ଯୁବତୀ

ଭୁବନେଶ୍ୱର : ବିବାହ ବନ୍ଧନରେ ବାନ୍ଧି ହେବା ପୂର୍ବରୁ ଚାଲିଗଲା ଯୁବତୀଙ୍କ ଜୀବନ । ଏଭଳି ଘଟଣା ଘଟିଛି ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ୱର ଅଞ୍ଚଳରେ। ମୃତ ଯୁବତୀ ଜଣକ ହେଲେ ସ୍ନେହଲତା ସ୍ବାଇଁ । ତାଙ୍କ ଘର ନୟାଗଡ଼ର ଗୁଡିପଲ୍ଲୀ ଅଞ୍ଚଳରେ ବୋଲି ଜଣାପଡ଼ିଛି । ସେ ଭୁବନେଶ୍ୱରର ଏକ ଗ୍ରାଫିକ୍ସ ଡିଜାଇନ ସଂସ୍ଥାରେ କାମ କରୁଥିଲେ।

ଯୁବତୀ ଜଣଙ୍କ କାହିଁକି ଆତ୍ମହତ୍ୟା କଲେ,ଏହା ପଛର କାରଣ କ’ଣ ତାହା ଜଣାପଡ଼ି ନଥିବା ବେଳେ ସ୍ନେହଲତାଙ୍କ ରୁମ୍‌ରେ ରହୁଥିବା ସହଯୋଗୀଙ୍କ କହିବା ଅନୁଯାୟୀ, ଗତକାଲି ରାତିରେ ବିବାହ ସ୍ଥିର ହୋଇଥିବା ପୁଅ ସହ ଝଗଡ଼ା ହୋଇଥିଲା । ପରେ ସ୍ନେହଲତା ରାଗିଯାଇ ମୋବାଇଲ ଭାଙ୍ଗିଦେଇଥିଲେ । ସୂଚନା ଅନୁଯାୟୀ ତାଙ୍କ ବୟଫ୍ରେଣ୍ଡ ଅନ୍ୟ ଏକ ଯୁବତୀ ସହ କଥା ହେବା ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ବୁଧବାର ଦିନ  ସ୍ନେହଲତା ଅଫିସ ଯାଇନଥିବା ବେଳେ ତା ସହଯୋଗୀ ଅଫିସରୁ ଫେରି ସ୍ନେହଲତାଙ୍କ ଏପରି ଅବସ୍ଥା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଯୁବତୀଙ୍କ ପରିବାର ଲୋକ ମଧ୍ୟ ଲକ୍ଷ୍ମୀସାଗର ଥାନାରେ ଏକ ଏତଲା ଦେଇଛନ୍ତି। ଏନେଇ ପୁଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଛି ।

 

Comments are closed.