Latest Odisha News

ଆସିଲା ଶୁଭଲକ୍ଷ୍ମୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ, ଭିସେରା ରିପୋର୍ଟକୁ ଅପେକ୍ଷା

ଭୁବନେଶ୍ୱର: ହୋଟେଲ୍ ରୁମରେ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ମିଳିବା ଘଟଣା । ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ । ଶ୍ୱାସରୁଦ୍ଧ ହୋଇ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ।

ତେବେ ଯୁବତୀ ଜଣଙ୍କ ନିୟମିତ ନିଶା ଦ୍ରବ୍ୟ ସେବନ କରୁଥିବା ନେଇ ଚର୍ଚ୍ଚା ହେଉଥିଲା । ଏବେ ପୋଲିସ ଭିସେରା ରିପୋର୍ଟକୁ ଅପେକ୍ଷା କରିଛି । ଶୁଭଲକ୍ଷ୍ମୀ ପ୍ରକୃତରେ ମାନସିକ ଚାପରେ ଥିଲେ କି ନାହିଁ ତାହା ଭିସେରା ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ ।

ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲାରେ ସୋମବାର ତାଙ୍କ ପୁରୁଷ ବନ୍ଧୁଙ୍କୁ ୨ରୁ ୩ ଘଣ୍ଟା ଧରି ଜେରା କରିଥିଲା ପୋଲିସ । ପୁରୁଷ ବନ୍ଧୁ ଜଣଙ୍କ କହିଥିଲେ, ସେ ଶୁଭଲକ୍ଷ୍ମୀଙ୍କ ସହ ବିଗତ ୨୦ ଦିନ ହେଲା ବ୍ରେକ୍ ଅପ୍ ପରେ କଥା ହୋଇ ନାହାନ୍ତି ।

ସେ ଆହୁରି କହିଥିଲେ, ଜୁଲାଇ ୩୦ରେ ଶୁଭଲକ୍ଷ୍ମୀ ଭୁବେନଶ୍ୱର ଆସିଥିଲା । ଯେତେବେଳେ କି ଶୁଭଲକ୍ଷ୍ମୀଙ୍କ ବାପାଙ୍କ ଅନୁସାରେ ଅଗଷ୍ଟ ୩ରେ ଝିଅ ଆସିଥିଲା ଭୁବନେଶ୍ୱର । ତେବେ ଶୁଭଲକ୍ଷ୍ମୀ ୩ ଦିନ କେଉଁଠି ରହିଲେ ? ଚତୁର୍ଥ ଦିନ କାହିଁକି ହୋଟେଲରେ ଚେକ୍ ଇନ୍ କଲେ ବୋଲି ସେ ପ୍ରଶ୍ନ କରିବା ସହ ଅନ୍ୟ ଜଣେ ପୁରୁଷଙ୍କ ସହ ଯୁବତୀ ଥିବା ସନ୍ଦେହ କରିଛନ୍ତି ।

ଏଯାବତ୍ ପୋଲିସ ହୋଟେଲ କର୍ମଚାରୀ ଓ ସମ୍ପର୍କୀୟଙ୍କୁ ମିଶାଇ ୧୨ ଜଣଙ୍କୁ ଜେରା କରିଛି । ୧୬୧ ଧାରାରେ ସମସ୍ତଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି । ହୋଟେଲରେ ଲାଗିଥିବା ସିସିଟିଭି ଫୁଟେଜର ଅନୁଧ୍ୟାନ କରୁଛି ପୋଲିସ ।

ଅଗଷ୍ଟ ୫ରେ କଟକ-ପୁରୀ ରୋଡରେ ଥିବା ଏକ ହୋଟେଲର ୨୦୫ ନମ୍ବର ରୁମରୁ ଝୁଲନ୍ତା ଅବସ୍ଥାରେ ଶୁଭଲକ୍ଷ୍ମୀ ସାହୁଙ୍କ ମୃତଦେହ ମିଳିଥିଲା । ଶୁଭଲକ୍ଷ୍ମୀ ରମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢ଼ୁଥିବା ବେଳେ ଅଗଷ୍ଟ ୪ ତାରିଖ ଅପରାହ୍ଣ ୩ଟା ୨୦ରେ ହୋଟେଲରେ ଚେକ୍ ଇନ୍ କରିଥିଲେ । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଶୁଭଲକ୍ଷ୍ମୀଙ୍କୁ ହତ୍ୟା କରାଯାଇଛି । ଆଉ ହତ୍ୟାରେ ହୋଟେଲର କିଛି କର୍ମଚାରୀଙ୍କ ସମ୍ପୃକ୍ତି ଥିବା ସେମାନେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.