Latest Odisha News

ସ୍ୱାସ୍ଥ୍ୟ ପାଇଁ ହିତକର ପାନ, ଜାଣନ୍ତୁ ଏହାର ଉପାଦେୟତା..

ଭୁବନେଶ୍ଵର: ପାନ ପତ୍ର ସମସ୍ତ ଭାରତୀୟଙ୍କ ଘରେ ବ୍ୟବହୃତ ହୋଇଥାଏ । ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ପାନ ସମସ୍ତଙ୍କର ପସନ୍ଦ । ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଶୁଭ କାମ ଆରମ୍ଭ ରେ ହେଉଥିବା ପୂଜାରେ ମଧ୍ୟ ପାନ ପତ୍ରର ବ୍ୟବହାର କରାଯାଇଥାଏ । ଏହା ଔଷଧୀୟ ଗୁଣରେ ଭରପୁର ହୋଇଥାଏ । ଏଥିରେ ବିଭିନ୍ନ ପ୍ରକାରର ଭିଟାମିନ ବି ରହିଛି, ଯାହା ଆପଣଙ୍କ ସ୍ଵାସ୍ଥ୍ୟ ପାଇଁ ହିତକର । ଏଥିରେ ଥିବା ଔଷଧୀୟ ଗୁଣ ଆପଣଙ୍କ ଶରୀରକୁ ଲାଭ ପହଞ୍ଚାଇବା ସହ କେତେକ ଗମ୍ଭୀର ରୋଗରୁ ମଧ୍ୟ ଦୂରେଇ ରଖିଥାଏ । ଏହା ଆମ  ଶରୀରକୁ ମଧ୍ୟ ରୋଗମୁକ୍ତ କରିଥାଏ । ପାନ ପତ୍ରରେ ଅନେକ ରୋଗ ସମ୍ପୂର୍ଣ୍ଣ ଭାବେ ଭଲ ହୋଇଯାଏ । ତେବେ ଆସନ୍ତୁ ଜାଣିବା ପାନରେ ଥିବା ଔଷଧୀୟ ଗୁଣ ବିଷୟରେ…

BjdElectrycity

ପାନ ଖାଇବା ପାଚନ ପ୍ରକ୍ରିୟା ପାଇଁ ଲାଭଦାୟକ ହୋଇଥାଏ । ଏହା ସାଲିଭେରୀ ଗ୍ଲାଣ୍ଡକୁ ସତେଜ କରି ଲାଳ ସୃଷ୍ଟି କରିବାରେ ସହଯୋଗ କରେ । ଏହା ଖାଇବା ପଦାର୍ଥକୁ ଛୋଟ ଛୋଟ ଖଣ୍ଡ କରିବା କାମ କରେ । ଯୁବତୀ ଓ ମହିଳାମାନେ ନିୟମିତ ଏହି ପାନପତ୍ରକୁ ଚୋବାଇ ଖାଇବା ଭଲ । ଏଥିରେ ଥିବା ଆଣ୍ଟି ଡାଇବେଟିସ୍ ତ୍ଵଚାରେ ଭାଙ୍ଗ ପକାଇ ନଥାଏ । କୋଷ୍ଠକାଠିନ୍ୟ ସମସ୍ୟା ଥିବା ଲୋକଙ୍କ ପାଇଁ ପାନ ପତ୍ର ଚୋବେଇବା ବେଶ ଭଲ ହୋଇଥାଏ । ପାନରେ ଆଣ୍ଟି ଡାଇବେଟିସ୍ ଗୁଣ ଥିବାରୁ ଏହା ରକ୍ତରେ ଶର୍କରାକୁ ନିୟନ୍ତ୍ରିତ କରେ । ଯଦି ଆପଣଙ୍କର ଗ୍ୟାସଟିକ ଏବଂ  ଅଲସର ସମସ୍ୟା ରହିଛି ତେବେ ଆପଣ ପାନ ଖାଇବା ଉଚିତ୍‌ । ପାନ ପତ୍ରରେ ଏମିତି କିଛି ଔଷଧିୟ ଗୁଣ ଅଛି ଯାହା ବେକ୍ଟେରିଆର ପ୍ରଭାବକୁ କମ କରିବାରେ ସହଯୋଗ କରିଥାଏ ।

ଯଦି ଆପଣଙ୍କ ଆଖି ଲାଲ ହେଉଛି, ତେବେ ଏପରିସ୍ଥଳେ ବି ଆପଣ ପାନ ପତ୍ରର ଉପଯୋଗ କରିପାରିବେ । ଏଥିପାଇଁ ପାନ ପତ୍ରକୁ ପାଣିରେ ଫୁଟାନ୍ତୁ । ଆଉ ସେହି ଫୁଟା ପାଣିରେ ଆଖିକୁ ଧୁଅନ୍ତୁ । ଏପରି କିରିବା ଦ୍ୱାରା ଆପଣଙ୍କୁ ଆରାମ ମିଳିବ । ଯଦି ଆପଣ ସ୍ୱରକୁ ପତଳା କରିବାକୁ ଚାହଁନ୍ତି ତେବେ ଆପଣ ପାନ ପତ୍ର ସେବନ କରିବା ଦରକାର । ପାନ ପତ୍ର ସେବନ କରିବା ଦ୍ୱାରା ଆପଙ୍କ ସ୍ୱର ପତଳା ହୋଇଯିବ । ମୁଣ୍ଡ ବିନ୍ଧା ହେଉଥିଲେ ପାନପତ୍ରର ପେଷ୍ଟକୁ ମଥାରେ ଲଗାଇ ଶୁଖିଲା ପରେ ଧୋଇଦେବେ । କିଛି ସମୟ ମଧ୍ୟରେ ମୁଣ୍ଡା ବିନ୍ଧା କମିଯିବ ।

ପାନକୁ ଆମେ ଆଣ୍ଟିସେପ୍ଟିକ ରୂପେ ବ୍ୟବହାର କରିପାରିବା । ପାନ ପତ୍ରକୁ ଆପଣ ଆଘାତପ୍ରାପ୍ତ ସ୍ଥାନରେ ଲଗାଇପାରିବେ । କ୍ଷତ ସ୍ଥାନରେ ପାନ ପତ୍ରକୁ ବାନ୍ଧିବା ଦ୍ୱାରା ଆରାମ ମିଳିବ । ଯଦି ଆପଣଙ୍କର ମୁହଁର ଗନ୍ଧ ଦୂର କରିବା ପାଇଁ ଚାହୁଁଛନ୍ତି ତେବେ ପାନ ଖାଇବା ବେଶ ଭଲ ହୋଇଥାଏ । ପାନ ଖାଇବା ଦ୍ୱାରା ଦାନ୍ତ ମାଢି ଫୁଲିବା ବନ୍ଦ ହୋଇଥାଏ । ଥଣ୍ଡା ହୋଇଥିଲେ ପାନକୁ ମହୁ ସହ ଖାଇଲେ ଶରୀର ପାଇଁ ଭଲ ହୋଇଥାଏ ।  ପାନରେ ଥିବା ଏନାଲଜେସିକ୍‌ ଗୁଣ ମୁଣ୍ଡ ବିନ୍ଧା ଦୂର କରେ ।

Leave A Reply

Your email address will not be published.