Latest Odisha News

BREAKING NEWS

ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ୍‌ କରୁଛି ‘ନେଟଫ୍ଲିକ୍ସ’; ଦୁଇ ଦିନ ପାଇଁ ‘ନେଟଫ୍ଲିକ୍ସ’ ଭାରତରେ ମାଗଣା

ନୂଆଦିଲ୍ଲୀ: ଅନଲାଇନ୍ ଷ୍ଟ୍ରିମିଂ ଆପ୍ ନେଟଫ୍ଲିକ୍ସ ଲୋକମାନଙ୍କୁ ଏହାର ପ୍ଲାଟଫର୍ମରେ ଉପଲବ୍ଧ ବିଷୟବସ୍ତୁକୁ ଏହି ସପ୍ତାହ ଶେଷରେ ଅର୍ଥାତ୍‌ (୫-୬ ଡିସେମ୍ବର) ମାଗଣାରେ ଦେଖିବାର ସୁଯୋଗ ଦେଇଛି, ଯାହାକୁ କମ୍ପାନୀ ନେଟଫ୍ଲିକ୍ସ ଷ୍ଟ୍ରିମ୍‌ଫେଷ୍ଟର ନାମ ଦେଇଛି। ଡିସେମ୍ବର ୫ ଏବଂ ୬ରେ, ଅର୍ଥାତ୍ ଦୁଇ ଦିନ, ଭାରତର ଯେକେହି ମାଗଣାରେ ନେଟଫ୍ଲିକ୍ସ ଦେଖିପାରିବେ। ନେଟଫ୍ଲିକ୍ସ ପ୍ରଥମ ଥର ପାଇଁ ଏହାକୁ ବ୍ୟବହାର କରୁଛି। ନେଟଫ୍ଲିକ୍ସ ଦୁଇ ଦିନ ମାଗଣା ଥିବାରୁ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ବହୁତ ଖୁସି ଥିବା ଦେଖିବାକୁ ମିଳିଛି।

ଷ୍ଟ୍ରିମ୍‌ଫେଷ୍ଟ ଭାରତରେ ଲାଇଭ୍ ହୋଇଯାଇଛି। ଶନିବାର ସକାଳ ୧୨.୦୧ ମିନିଟରେ ଏହାର ଅବଧି ଆରମ୍ଭ ହୋଇଯାଇଛି ଏବଂ ୬ ଡିସେମ୍ବରରେ ରାତି ୧୧.୫୯ ରେ ଶେଷ ହେବ। ନେଟଫ୍ଲିକ୍ସ ଷ୍ଟ୍ରିମ୍‌ଫେଷ୍ଟ ଲାଇଭ୍ ହେବା ପରେ ଟ୍ୱିଟର ବ୍ୟବହାରକାରୀମାନେ ବେଶ୍‌ ଖୁସି ହୋଇଥିବା ଦେଖିବାକୁ ମିଳିଛି। ଏହାପରଠାରୁ ନେଟଫ୍ଲିକ୍ସ ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି।

Leave A Reply

Your email address will not be published.