Latest Odisha News

BREAKING NEWS

ସୁନ୍ଦର ଦେଖାଯିବା ପାଇଁ ୧୭ ବର୍ଷ ବୟସରେ ଖର୍ଚ୍ଚ କଲେ ୧୦ କୋଟି ଟଙ୍କା

ବ୍ରିଟେନ: ପ୍ରତ୍ୟେକ ବ୍ୟକ୍ତି ସୁନ୍ଦର ଏବଂ ଫିଟ୍ ଦେଖାଯିବାକୁ ଚାହାଁନ୍ତି । ଏଥିପାଇଁ ଅନେକ ଜିମ୍ ଯାଇ ନିୟମିତ ବ୍ୟାୟାମ ବି କରନ୍ତି । ସୁସ୍ଥ ଖାଦ୍ୟ ଖାଆନ୍ତି । ଅନେକ ନିଜର ଚେହେରାକୁ ସୁନ୍ଦର କରିବା ପାଇଁ ପାଣି ପରି ପଇସା ବି ଖର୍ଚ୍ଚ କରନ୍ତି । କିନ୍ତୁ ଏପରି ଜଣେ ୧୭ ବର୍ଷୀୟା ଯୁବତୀ ଯିଏ ନିଜକୁ ସୁନ୍ଦର କରିବା ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ କରିସାରିଲେଣି ।

ବ୍ରିଟେନରେ ରୁହନ୍ତି ଜେନ ପାର୍କ । ସେ ସବୁବେଳେ ନିଜ ଚେହେରାକୁ ନେଇ ଯତ୍ନବାନ । କେମିତି ସୁନ୍ଦର ଦେଖାଯିବେ ସେଥିଲାଗି ଟଙ୍କା ଖର୍ଚ୍ଚ କରନ୍ତି । ଇଛା ଥିଲେ ମଧ୍ୟ ପାଖରେ ପଇସା ନ ଥିବାରୁ ଚେହେରା ପାଇଁ ବେଶୀ ଟଙ୍କା ଖର୍ଚ୍ଚ କରି ପାରନ୍ତି ନାହିଁ । ପ୍ରାୟ ୧୦ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୩ ମସିହାରେ ହଠାତ୍ ଜେନ୍‌ଙ୍କର ଲଟେରୀ ଲାଗିଲା, ତାହା ପୁଣି ୧୦ କୋଟି ଟଙ୍କାର ଲଟେରି ଜିତିଲେ । ସେତେବେଳେ ଜେନ୍‌ଙ୍କୁ ମାତ୍ର ୧୭ ବର୍ଷ ବୟସ ହୋଇଥିଲା । ତେଣୁ ଏତେ ବଡ଼ ଲଟେରୀ ଜିତିବା ବ୍ରିଟେନ୍ ଇତିହାସରେ ସବୁଠାରୁ କନିଷ୍ଠ ଝିଅ ଥିଲେ ଜେନ୍ । ପାଖକୁ ପଇସା ଆସିବାରୁ ସେ କେମିତି ନିଜ ଚେହେରା ପାଇଁ ଖର୍ଚ୍ଚ କରିବେ ସେଥିଲାଗି ଚିନ୍ତା କଲେ । କିଛିଦିନ ଭିତରେ ପ୍ରଥମେ ସେ ତାଙ୍କର ସ୍ତନ ଅସ୍ତ୍ରୋପଚାର କଲେ । ଯେଉଁଥିପାଇଁ ତାଙ୍କୁ ୪,୫୦,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଲା । ପରେ ତାଙ୍କ ଶରୀରରେ ଅସ୍ତ୍ରୋପଚାର କରିବାକୁ ଲାଗିଲେ । କସମେଟିକ୍ ସର୍ଜରୀ ପାଇଁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କଲେ । ଅଣ୍ଟାରେ ଜମିଥିବା ଚର୍ବିରୁ ମୁକ୍ତି ପାଇବା ପାଇଁ ମଧ୍ୟ କଲେ ଅସ୍ତ୍ରୋପଚାର । ପରେ ଦାନ୍ତ,ଓଠ ସହ ଶରୀର ବିଭିନ୍ନ ସ୍ଥାନରେ ଅସ୍ତ୍ରୋପଚାର କରିଛନ୍ତି ।
ଜେନ୍ କୁହନ୍ତି, ମୋ ପାଖରେ ଥିବା ୧୦ କୋଟି ଟଙ୍କାକୁ ମୁଁ ମୋ ନିଜ ପାଇଁ ଖର୍ଚ୍ଚ କରିିଛି । ନିଜ ଚେହେରା ପାଇଁ ଏତେ ଟଙ୍କା ଖର୍ଚ୍ଚ କରିଥିବାରୁ ତାଙ୍କ ମନରେ ଦୁଃଖ ନାହିଁ । ଏତେ ଟଙ୍କା କେବେ ଦେଖି ନ ଥିଲି । କେମିତି ଖର୍ଚ୍ଚ ହୋଇଗଲା ଜାଣି ବି ପାରିଲି ନାହିଁ ।

Leave A Reply

Your email address will not be published.