Latest Odisha News

ପାକିସ୍ତାନ ବେଳାଭୂମିରେ ଶାହରୁଖଙ୍କ ଚିତ୍ର

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ଚାହିଦା କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ରହିଛି । ନିକଟରେ ଜଣେ ପାକିସ୍ତାନୀ ପ୍ରଶଂସକଙ୍କ ଭଲପାଇବାର ଏକ ଉଦାହରଣ ଦେଖିବାକୁ ମିଳିଛି । ସମୁଦ୍ରକୂଳରେ ଶାହରୁଖଙ୍କ ଏକ ବିଶାଳ ବାଲୁକାଚିତ୍ର ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ।

BjdElectrycity

ଶାହରୁଖଙ୍କ ଫିଲ୍ମକୁ ପାକିସ୍ତାନରେ ବ୍ୟାନ୍ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତି ପାକିସ୍ତାନୀଙ୍କ ଭଲପାଇବା ଏବେ ବି ରହିଛି । ପଠାନ୍ ରିଲିଜ୍ ହେବା ପରେ ପାକିସ୍ତାନର କିଛି ପ୍ରଶଂସକ ଭାରତ ଆସି ଏହି ଫିଲ୍ମ ଦେଖିଥିଲେ । ଏବେ ପୁଣି ଜଣେ ପାକିସ୍ତାନୀ ବାଲୁକାଶିଳ୍ପୀ ଶାହରୁଖଙ୍କ ପ୍ରତି ଭଲପାଇବା ଦର୍ଶାଇ ଚର୍ଚ୍ଚାକୁ ଆସିଛନ୍ତି । ବାଲୁକାଶିଳ୍ପୀ ସମୀର ଶୌକତ ଓ ତାଙ୍କ ଟିମ୍ ପାକିସ୍ତାନର ବେଲୁଚିସ୍ତାନ ସମୁଦ୍ରକୂଳରେ ଶାହରୁଖଙ୍କ ଏକ ବିଶାଳ ବାଲୁକାଚିତ୍ର ତିଆରି କରିଛନ୍ତି । ସମୀର ନିଜେ ଏହାର ଏକ ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରି ଏହା ତାଙ୍କ ଟିମ୍ ପକ୍ଷରୁ ଶାହରୁଖଙ୍କୁ ଉପହାର ବୋଲି ଉଲ୍ଲେଖ କରିଛନ୍ତି । ଟିମ୍‌ର ସଦସ୍ୟମାନେ ମଧ୍ୟ ସେମାନଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଏହି ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେମାନେ ଶାହରୁଖଙ୍କ ବାଲୁକାଚିତ୍ର ଆଙ୍କୁଥିବାର ନଜର ଆସିଛନ୍ତି ।

Leave A Reply

Your email address will not be published.