Latest Odisha News

BREAKING NEWS

ବାତ୍ୟା ବିପର୍ଯ୍ୟସ୍ତ ଓଡିଶାର ପୁନଃରୁଦ୍ଧାର ଲାଗି ୧୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କଲେ ଗୀତା ମେହେଟ୍ଟା

ଭୁବନେଶ୍ୱର : ବାତ୍ୟା ‘ଫନୀ’ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କୁ ତଥା ବାତ୍ୟା ବିପର୍ଯ୍ୟସ୍ତ ଓଡିଶାର ପୁର୍ନରୁଦ୍ଧାର ଲାଗି ନ୍ୟୁୟର୍କସ୍ଥିତ ପ୍ରଖ୍ୟାତ ଲେଖିକା ଗୀତା ମେହେଟ୍ଟା
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

ଉଲ୍ଲେଖନୀୟ ଯେ, ଗୀତା ମେହେଟ୍ଟା ହେଉଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ।

ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କୁ ସାହିତ୍ୟ ଓ ଶିକ୍ଷା ଲାଗି ପଦ୍ମଶ୍ରୀ ସମ୍ମାନ ପ୍ରଦାନ ନିମନ୍ତେ ଘୋଷଣା ହେବା ପରେ ଗୀତା ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବାକୁ ପ୍ରତ୍ୟାଖ୍ୟାନ କରିଥିଲେ।

ପରେ ଶ୍ରୀମତୀ ମେହେଟ୍ଟା ଏକ ପ୍ରେସ ବିବୃତି ମାଧ୍ୟମରେ ଜଣାଇଥିଲେ ଯେ, ଆଗକୁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଏହି ପୁରସ୍କାର ଘୋଷଣା ଜନସାଧାରଣଙ୍କ ମଧ୍ୟରେ ଏକ ଭୂଲ୍ ବାର୍ତ୍ତା ପ୍ରସାରିତ କରିବାର ସମ୍ଭାବନା ରହିଛି । ଏହି ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବା ଦ୍ୱାରା ଏହା ଉଭୟ ସରକାର ତଥା ମୋ ଲାଗି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥାଆନ୍ତା। ସେଥିପାଇଁ ମୁଁ ଏହି ମର୍ଯ୍ୟାଦାଜନକ ସମ୍ମାନକୁ ଅସ୍ୱିକାର କରୁଛି ।

ସୂଚନାଯୋଗ୍ୟ, ମେ’ ୩ ତାରିଖ ଦିନ ସାମୁଦ୍ରିକ ଝଡ ‘ଫନି’ ପ୍ରଭାବରେ ବର୍ଷା ଓ ଘଣ୍ଟାପ୍ରତି ୨୦୦ କିଲୋମିଟର ବେଗରେ ପବନ ବୋହିବା ଫଳରେ ପୁରୀ, ଭୁବନେଶ୍ୱର, କଟକ ଏବଂ ଖୋର୍ଦ୍ଧା ଆଦି ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହାବ୍ୟତିତ ଉପକୂଳ ଓଡ଼ିଶାରେ ମଧ୍ୟ ଅକଳନୀୟ କ୍ଷତି ଘଟିଛି।

Leave A Reply

Your email address will not be published.