Latest Odisha News

BREAKING NEWS

ବାତ୍ୟା ପ୍ରଭାବିତ ୬ଟି ଜିଲ୍ଲାରେ କାର୍ଯ୍ୟକ୍ଷମ ହେଲା ଅଧିକାଂଶ ବ୍ୟାଙ୍କ ସେବା

ଭୁବନେଶ୍ୱର : ଓଡିଶାର ୬ଟି ବାତ୍ୟା ପ୍ରଭାବିତ ଉପକୂଳ ଜିଲ୍ଲାରେ ଅଧିକାଂଶ ବ୍ୟାଙ୍କ ଶାଖାଗୁଡିକ କାର୍ଯ୍ୟକ୍ଷମ ହୋଇଛି ।

ମିଳିଥିବା ସୂଚନାଯାୟୀ ବ୍ୟାଙ୍କିଙ୍ଗ ସେବା ନେଇ ରାଜ୍ୟ ଅତିଥି ଭବନରେ ରାଜ୍ୟ ଓ କେନ୍ଦ୍ର ଅର୍ଥ ବିଭାଗର ସମନ୍ୱୟ ବୈଠକ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରମୁଖ ସଚିବ, ରାଜ୍ୟ ଅର୍ଥ ସଚିବ ଅଶୋକ ମୀନା ଓ କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଅତିରିକ୍ତ ସଚିବ ଦେବାଶିଷ ପଣ୍ଡା ଉପସ୍ଥିତ ଥିଲେ । ଆହୁରି ମଧ୍ୟ ଏହି ବୈଠକରେ ବ୍ୟାଙ୍କ, ବୀମା, ଟେଲିକମ୍, ଆରବିଆଇ, ଏସଏଲବିସି ଅଧିକାରୀମାନେ ମଧ୍ୟ ସାମିଲ ହୋଇଛନ୍ତି ।

ଏହି ବୈଠକ ପରେ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏଯାବତ୍ ଉପକୂଳବର୍ତ୍ତୀ ୬ଟି ଜିଲ୍ଲାର ୧୯୯୨ଟି ଶାଖାରୁ ୧୯୩୪ ଶାଖା କାର୍ଯ୍ୟକ୍ଷମ ହୋଇଛି। ଉକ୍ତ ଉପକୂଳ ଜିଲ୍ଲାଗୁଡିକ ମଧ୍ୟରେ ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଜଗତସିଂହପୁର ଓ ଯାଜପୁର ଜିଲ୍ଲା ରହିଛି । ଏହାବ୍ୟତୀତ ସମବାୟ ଓ ଗ୍ରାମୀଣ ବ୍ୟାଙ୍କର ଏଟିଏମକୁ ବାଦ ଦେଲେ ୨୯୨୧ ଏଟିଏମରେ ୨ ହଜାରରୁ ଉର୍ଦ୍ଧ୍ୱ କାର୍ଯ୍ୟ କରୁଛି ।

ସେହିପରି ଏମଏସଏମଇ, କୃଷି, ସମବାୟ, ବୃକ୍ତିଗତ ଋଣକୁ ଗୁରୁତ୍ୱ ଦିଆଯାଇଛି । ଏହାବ୍ୟତୀତ ବୀମା କମ୍ପାନୀମାନେ ମଧ୍ୟ ଶୀଘ୍ର ପ୍ରାପ୍ୟ ଅର୍ଥ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.