Latest Odisha News

BREAKING NEWS

ହୋମଗାର୍ଡଙ୍କ ଦରମା ବଢ଼ାଇବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ହୋମଗାର୍ଡଙ୍କ ମାନ୍ୟତା ବଢାଇ ଦରମା ଦେବାକୁ ଓଡିଶା ହାଇକୋର୍ଟ ଶୁକ୍ରବାର ଦିନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କୋର୍ଟ ରାଜ୍ୟ ସରକାରଙ୍କୁ ସପ୍ତମ ବେତନ କମିଶନ ଅନୁସାରେ, ଜାନୁଆରୀ ୧, ୨୦୨୦ରୁ ଦୈନିକ ୫୦୦ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଓ ମାସକ ମଧ୍ୟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଲାଗୁ କରିବା ପାଇଁ କହିଛନ୍ତି । ରାଜ୍ୟର ମୋଟ୍ ୧୭ହଜାର ୬୭୫ଜଣ ହୋମଗାର୍ଡ ଏହା ଦ୍ୱାରା ଲାଭାନ୍ୱିତ ହେବେ ।

ଗଣମାଧ୍ୟମକୁ ସୂଚନା ଦେଇ ହାଇକୋର୍ଟର ବରିଷ୍ଠ ଓକିଲ ନିରସୁନ୍ଦର ପଣ୍ଡା କହିଛନ୍ତି, “୨୦୧୫ ମସିହାରେ ହୋମଗାର୍ଡଙ୍କ ମାନ୍ୟତା ବଢ଼ାଇ ଦରମା ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟର ସର୍ବନିମ୍ନ ପୋଲିସ କର୍ମଚାରୀଙ୍କ ସମାନ ଦରମା ଦେବାକୁ କହିଛନ୍ତି । ଯେବେକି ଦେଶର ୮ଟି ରାଜ୍ୟ ସୁପ୍ରିମକୋର୍ଟଙ୍କ ଆଦେଶ ଲାଗୁ କରିଥିଲେ ହେଁ ଓଡିଶା ଏପର୍ଯ୍ୟନ୍ତ କରିନି । ଏହାକୁ ଚ୍ୟାଲେଞ୍ଜ କରି ହୋମଗାର୍ଡମାନେ ହାଇକୋର୍ଟ ଯାଇଥିଲେ ।”

Comments are closed.