Latest Odisha News

BREAKING NEWS

ମୁସଲିମ ମହିଳାଙ୍କୁ ନିର୍ବାଚନ ଟିକେଟ ଦେବା ଇସଲାମ ବିରୋଧୀ: ଶବିର ଅହମ୍ମଦ ସିଦ୍ଦିକ

ଅହମ୍ମଦାବାଦ: ଅଲ ଇଣ୍ଡିଆ ୟୁନାଇଟେଡ ଡମୋକ୍ରାଟିକ ଫ୍ରଣ୍ଟର ସଭାପତି ବଦରୁଦିନ ଅଜମଲଙ୍କ ପରେ ପୁଣି ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଗୁଜରାଟର ଅହମ୍ମଦାବାଦରେ ଥିବା ଜାମା ମସଜିଦର ଶାହି ଇମାମ ଶବିର ଅହମ୍ମଦ ସିଦ୍ଦିକ। ସିଦ୍ଦିକ କହିଛନ୍ତି, ନିର୍ବାଚନରେ ମୁସଲିମ ମହିଳାଙ୍କୁ ଟିକେଟ ପ୍ରଦାନ କରିବା ଅର୍ଥ ଇସଲାମକୁ ବିରୋଧ କରିବା ସହ ସମାନ। ସେ ଆହୁରି କହିଛନ୍ତି ଯେ, ମୁସଲମାନ ମହିଳାମାନଙ୍କୁ ନିର୍ବାଚନ ପାଇଁ ଟିକେଟ୍ ଦେଇ ସେମାନେ ଆମ ଧର୍ମକୁ ଦୁର୍ବଳ କରୁଛନ୍ତି। ଏଏନଆଇକୁ ଏକ ସାକ୍ଷାତକାର ସମୟରେ ସିଦ୍ଦିକ କହିଛନ୍ତି ଯେ, ଘରେ ଏତେ ପୁରୁଷ ସଦସ୍ୟ ଥିବାବେଳେ ତୁମେ ମହିଳାଙ୍କୁ ଟିକେଟ କାହିିଁକି ଦେଉଛ। ଏହା କରି ସେମାନେ ଇସଲାମ ଧର୍ମକୁ ଦୁର୍ବଳ କରୁଛନ୍ତି ।
ସିଦ୍ଦିକ କହିଛନ୍ତି, ଆମେ ମସଜିଦ୍ରେ ନାମଜ ପାଠ କରୁଛେ। କିନ୍ତୁ ଇସଲାମରେ ମହିଳାମାନେ ମସଜିଦକୁ ଯାଇ ନମାଜ ପାଠ କରିବା ନିୟମ ନାହିଁ । ଇସଲାମରେ ମହିଳାଙ୍କୁ ସର୍ବସାଧାରଣରେ ବୁଲିବା ମଞ୍ଜୁର ଥିଲେ ତାଙ୍କୁ ମଧ୍ୟ ମସଜିଦରେ ପ୍ରବେଶକୁ ବାରଣ କରାଯାଇ ନଥାନ୍ତା ତେଣୁ ଯେଉଁମାନେ ମୁସଲମି ମହିଳାଙ୍କୁ ଟିକେ ଦେଉଛନ୍ତି ସେମାନେ ଇସଲାମ ବିରୋଧୀ। ତେଣୁ ନିର୍ବାଚନରେ ମହିଳାଙ୍କୁ ଟିକେଟ ବଣ୍ଟନ ପକ୍ଷରେ ମୁଁ ନାହିଁ ବୋଲି ସେ କହିଛନ୍ତି ।
ସିଦ୍ଦିକ ଆହୁରି କହିଛନ୍ତି , ଯଦି ଆପଣଙ୍କୁ ଲଢ଼ିବାର ଅଛି , ତେବେ ପୁରୁଷ ଲଢନ୍ତୁ । ଯଦି ମହିଳାଙ୍କୁ ଟିକେଟ ଦିଆଯାଏ ତେବେ ପୂରା ପରିବାର ଆୟତ୍ତକୁ ଆସିଯିବ ବୋଲି ରାଜନୈତିକ ଦଳମାନେ ଭାବୁଛନ୍ତି। ଏହାବ୍ୟତୀତ ରାଜନୈତିକ ଦଳ ଗୁଡ଼ିକର କୌଣସି ଉଦ୍ଦେଶ୍ୟ ନଥିବା ସେ କହିଛନ୍ତି। ମହିଳାମାନେ ବିଧାୟକ, ଏମପି, କାଉନସିଲର ହଲେେ ପରିସ୍ଥିତି କଣ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି ।
ହିଜାବ ମାମଲା ସମ୍ପର୍କରେ ମତ ଦେଇ ସିଦ୍ଦିକ କହିଛନ୍ତି ଯେ, ଆମେ ହିଜାବର ସୁରକ୍ଷା କରିପାରିନେ। ଆମେ ମଧ୍ୟ ଏହି ପ୍ରସଙ୍ଗରେ ନିଜ ସ୍ୱର ଠାଇବାକୁ ସକ୍ଷମ ହୋଇପାରିନେ। କାରଣ ମୁସଲିମ ମହିଳାଙ୍କ କ୍ଷେତ୍ରରେ ଇସଲାମ ଧର୍ମ ଅନୁଯାୟୀ ସୀମା ଉଲ୍ଲଂଘନ ହୋ଼ଇସାରିଲାଣି।

Leave A Reply

Your email address will not be published.