Latest Odisha News

BREAKING NEWS

ଗ୍ୟାରେଜ୍‌ରେ କାମ କରନ୍ତି ଗ୍ଲାମରସ୍ ଲେଡ଼ି ମେକାନିକ୍‌

କାଲିଫର୍ନିଆ: ଯେତେବେଳେ କୌଣସି କାର୍ଯ୍ୟ ପାଇଁ ଶାରିରୀକ ଦକ୍ଷତାର ଆବଶ୍ୟକ ପଡ଼େ ସେତେବେଳେ ପ୍ରଥମେ ଆସନ୍ତି ପୁରୁଷ । କିନ୍ତୁ ଜଣେ ସୁନ୍ଦରୀ ମହିଳା ଯଦି ମେକାନିକ କାର୍ଯ୍ୟକୁ ଆପଣାନ୍ତି ତେବେ ଏକଥା ଶୁଣିବା ପରେ ଆପଣଙ୍କୁ କେମିତି ଲାଗିବ । ବାସ୍ତବରେ ଜଟିଳ ମେକାନିକ କାର୍ଯ୍ୟକୁ ଦକ୍ଷତାର ସହ ପ୍ରମାଣ କରିଛନ୍ତି ଜଣେ ସୁନ୍ଦରୀ ମହିଳା, ଯାହାଙ୍କ ନାଁ ହେଉଛି ପେଟୋନ୍ ସିସ୍କୋନି ।

କାଲିଫର୍ନିଆର ପେଟୋନ୍ ସିସ୍କୋନ । ସେ ଗ୍ୟାରେଜରେ ବଡ଼ ବଡ଼ ଗାଡ଼ିକୁ ଠିକ୍ କରିଥାନ୍ତି । ସାଧାରଣତଃ ଗ୍ୟାରେଜ୍‌ରେ କାମ କରୁଥିବା ଲୋକେ ମଇଳା ଡ଼୍ରେସ ପିନ୍ଧିଥିବା ଆମେ ସମସ୍ତେ ଦେଖିଛନ୍ତି । କିନ୍ତୁ ପେଟୋନ୍ ଗ୍ୟାରେଜ୍‌ରେ କାମ କରିବା ସମୟରେ ଫୁଲ ମେକ୍‌ଅପ୍ ସହ ହାଇହିଲ୍ ପିନ୍ଧିଥାନ୍ତି । ସେ ଦେଖିବାକୁ ଯେତିକି ସୁନ୍ଦରୀ ସେତିକି ଷ୍ଟାଇଲିଶ୍ ମଧ୍ୟ । ଗ୍ଲାମରସ୍ ପୋଷାକ ସାଙ୍ଗକୁ ଚୁଟି ବାଇଗଣୀ କଲର କରିଥାନ୍ତି ପେଟୋନ୍ । ସେ ଯେତେବେଳେ ଗ୍ୟାରେଜରେ କାମ କରନ୍ତି ସମସ୍ତଙ୍କ ଦୃଷ୍ଟି ତାଙ୍କ ଆଡକୁ ଆପେ ଟାଣି ହୋଇଯାଏ । ସେ ନିଜ କାମରେ ବି ବେଶ୍ ପାରଙ୍ଗମ । ବଡ ବଡ଼ ଗାଡିକୁ ଖୁବ୍ କମ୍ ସମୟରେ ସେ ସଜାଡ଼ି ଦେଇଥାନ୍ତି । ପ୍ରତ୍ୟେକ ଦିନ ସେ କାମ କରିବାବେଳର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଶେୟାର ବି କରନ୍ତି । ଏବେ ସେ ସୋସିଆଲ ମିଡିଆରେ ଗ୍ଲାମରସ୍ ମେକାନିକ ଭାବେ ପରିଚିତ । ପେଟୋନ୍ କୁହନ୍ତି, ଏଭଳି ପୁରୁଷ ପ୍ରାଧାନ୍ୟ କାମ କରିବାର ପ୍ରେରଣା ସେ ନିଜ ମା’ଙ୍କଠୁ ପାଇଥିଲେ । ତାଙ୍କ ମା’ କନ୍‌ଷ୍ଟ୍ରକ୍ସନଠୁ ଆରମ୍ଭ କରି ବାରଟେଣ୍ଡିଂ ଓ ନୌକାଚାଳନା ଆଦି କରୁଥିଲେ ।

Leave A Reply

Your email address will not be published.