Latest Odisha News

BREAKING NEWS

ଘରେ କଲେ ଦୁନିଆର ସବୁଠୁ ବଡ଼ ଆକ୍ୱାରିୟମ

ଇସ୍ରାଏଲ୍‌: ଅନେକ ଲୋକଙ୍କର ଭିନ୍ନ ଭିନ୍ନ ପ୍ରକାରର ସଉକ ଥାଏ । କିଏ ଘରେ ପାଳିତ ପଶୁ ପକ୍ଷୀ ରଖିବାକୁ ପସନ୍ଦ କରନ୍ତି ତ ଆଉ କିଏ ଆକ୍ୱାରିୟମରେ ରଙ୍ଗବେରଙ୍ଗର ମାଛ ରଖିଥାନ୍ତି । କିନ୍ତୁ ଇସ୍ରାଏଲ୍‌ର ଏଲି ନାମକ ଜଣେ ବ୍ୟକ୍ତି ନିଜ ଘରେ ତିଆରି କରିଛନ୍ତି ଏକ ବୃହତ୍ତ ଆକ୍ୱାରିୟମ୍ । ଏହାକୁ ପୃଥିବୀର ସବୁଠାରୁ ବଡ଼ ହୋମ ରିଫ୍ ଆକ୍ୱାରିୟମ୍ ବୋଲି କୁହାଯାଉଛି ।

ଏଲି ନିଜ ଲିଭିଂ ରୁମ୍‌ରେ ଏହି ଆକ୍ୱାରିୟମ୍‌ଟିକୁ ତିଆରି କରିଛନ୍ତି । ଏହା ଏତେ ବଡ଼ ଯେ, ଯାହା ଭିତରେ ଯେକେହି ମଣିଷ ଖୁସିରେ ପହଁରିପାରିବ । ୨୦୧୨ ମସିହାରେ ସେ ଏହି ହୋମ ରିଫ୍ ଆକ୍ୱାରିୟମଟିକୁ ତିଆରି କରିଥିଲେ । ଏଥିରେ ୩୦ହଜାର ଲିଟର ପାଣି ଧରିଥାଏ । ମୋଟ ଉପରେ ଏହି ଆକ୍ୱାରିୟମ୍‌ରେ ଫିଲ୍ଟର ସିଷ୍ଟମ୍ ସମ୍ପକୁ ମିଶାଇଲେ ଏଥିରେ ୩୭ ହଜାର ଲିଟର ପାଣି ଧରିଥାଏ । ଏହି ଚର୍ଚ୍ଚିତ ଆକ୍ୱାରିୟମ୍‌ରେ ସାମୁଦ୍ରକି ଜୀବଗୁଡିକ ଭଲଭାବେ ବଢିପାରିବେ ସେଥିଲାଗି ସେ ସୂର୍ଯ୍ୟକିରଣ ପଡିବାର ବ୍ୟବସ୍ଥା ବି କରିଛନ୍ତି ।

Leave A Reply

Your email address will not be published.