Latest Odisha News

BREAKING NEWS

ଜେଆର ଏନଟିଆରଙ୍କ ସହ କାମ କରିବେ ଜାହ୍ନବୀ

ମୁମ୍ବାଇ: ‘ଆରଆରଆର’ ଚଳଚ୍ଚିତ୍ର ସହିତ ବିଶ୍ୱବାସୀଙ୍କ ମନ କିଣିଥିବା ଅଭିନେତା ଜୁନିୟର ଏନଟିଆରଙ୍କ ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି । ଆଉ ତାଙ୍କ ସହିତ ସମସ୍ତେ କାମ କରିବାକୁ ସବୁ ଅଭିନେତ୍ରୀ ଆଗ୍ରହୀ ଥିବା ଦେଖିବାକୁ ମିଳିଛି । ଏବେ ଏହି ସୁଯୋଗ ପାଇଛନ୍ତି ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର । ଜାହ୍ନବୀ ଏବଂ ଜୁନିଅର ଏନଟିଆର ଫିଲ୍ମ ‘ଏନଟିଆର-୩୦’ ରେ ଏକାଠି ନଜର ଆସିବେ । ଏହା ସାଉଥ ଫିଲ୍ମରେ ଜାହ୍ନବୀଙ୍କ ଡେବ୍ୟୁ ହେବ । ଏକ ସାକ୍ଷାତକାରରେ ସେ କଥା ସ୍ପଷ୍ଟ କରିଛନ୍ତି ।

ଜାହ୍ନବୀ କହିଛନ୍ତି, ମୋର ସ୍ୱପ୍ନ ଥିଲା, ମୁଁ କେବେ ଏନଟିଆରଙ୍କ ସହ ଅଭିନୟ କରିବି । ଁ ଭଗବାନଙ୍କ ଆର୍ଶିବାଦରୁ ବହୁ ଶୀଘ୍ର ଏହି ସୁଯୋଗ ମିଳିଗଲା । ମୁଁ ପ୍ରତ୍ୟେକ ସାକ୍ଷାତକାରରେ କହେ, ଏନଟିଆର ସାରଙ୍କ ସହିତ କାମ କରିବାକୁ ମୋର ଇଛା । ଏହି ଫିଲ୍ମର ସୁଟିଂ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି, ଯାହାକୁ ନେଇ ମୁଁ ବହୁତ ଉତ୍ସାହିତ ଅଛି । ‘ଆରଆରଆର’ ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ମୋତେ ଖୁବ ପ୍ରଭାବିତ କରିଥିଲା । ତେଣୁ ତାଙ୍କ ସହ କାମ କରିବାର ଇଚ୍ଛା ଆହୁରି ବଢ଼ିଯାଇଥିଲା ।

Leave A Reply

Your email address will not be published.