Latest Odisha News

BREAKING NEWS

୪ ଦିନରେ ୩୦୦ କୋଟି ଟପିଲା ‘ଜେଲର’, ରଜନୀକାନ୍ତଙ୍କୁ ଶୁଭେଚ୍ଛା ଜଣାଇଲେ କମଲ ହାସନ

ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ଏବେ ବକ୍ସ ଅଫିସରେ ଧମାଲ କରୁଛି । ଏହି ଫିଲ୍ମକୁ ଲୋକେ ବହୁ ମାତ୍ରାରେ ପସନ୍ଦ କରିଛନ୍ତି । ଫିଲ୍ମଟି ମାତ୍ର ୪ ଦିନରେ ୩୦୦ କୋଟି ଟଙ୍କା ରୋଜଗାର କରିସାରିଲାଣି । ଫୁଲ ଆକ୍ସନ ପ୍ୟାକ ଫିଲ୍ମ ‘ଜେଲର’ ପାଇଁ କ୍ରେଜ ବଢିବାରେ ଲାଗିଛି । ଅନେକ ପ୍ରେକ୍ଷାଳୟରେ ହାଉସଫୁଲ ଦେଖିବାକୁ ମିଳୁଛି । ଏହି ଖୁସିରେ ରଜନୀକାନ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅଭିନେତା କମଲ ହାସନ ।

କମଲ ହାସନ ଫିଲ୍ମ ‘ଜେଲର’ ଦେଖିବା ପରେ ରଜନୀକାନ୍ତଙ୍କ ଅଭିନୟକୁ ଖୁବ୍ ପସନ୍ଦ କରିଛନ୍ତି । କେବଳ ସେତିକି ନୁହେଁ, ଫିଲ୍ମର ସଫଳତା ନେଇ ମଧ୍ୟ କମଲ ହାସନ ବହୁତ ଖୁସି ଥିବା କହିଛନ୍ତି । ଏନେଇ ସେ ରଜନୀକାନ୍ତଙ୍କୁ ଫୋନ କରି ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି । ଅନ୍ୟପଟେ, ରଜନୀକାନ୍ତ ମଧ୍ୟ କମଲ ହାସନଙ୍କୁ ତାଙ୍କ ଫିଲ୍ମବିକ୍ରମର ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ । ପୂର୍ବରୁ ରଜନୀକାନ୍ତଙ୍କୁ ଫିଲ୍ମର ନିର୍ଦ୍ଦେଶକ ନେଲସନ ଦିଲୀପ କୁମାରଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.