Latest Odisha News

BREAKING NEWS

ଭୁବନେଶ୍ୱରରୁ ଦୁବାଇ ବିମାନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ଉଡ଼ିଲା ବିମାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଭୁବନେଶ୍ୱରରୁ ଦୁବାଇ ବିମାନ ଉଡ଼ାଣର ଶୁଭାରମ୍ଭ କରିଛନ୍ତି । ୧୭୦ ଯାତ୍ରୀଙ୍କୁ ନେଇ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦୁବାଇ ଅଭିମୁଖେ ଉଡ଼ାଣ କରିଛି ଇଣ୍ଡିଗୋ ବିମାନ । ଏହି  ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସାମଗ୍ରିକ ଅଭିବୃଦ୍ଧି ପାଇଁ ଆନ୍ତର୍ଜାତିକ ସଂଯୋଗୀକରଣ ଗୁରୁତ୍ବପୂର୍ଣ୍ଣ । ପର୍ଯ୍ୟଟନକୁ ପ୍ରୋତ୍ସାହନ ଓ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ଯୋଗାଯୋଗ ପାଇଁ ଏହା ଆବଶ୍ୟକ ।

ଆନ୍ତର୍ଜାତିକ ସଂଯୋଗୀକରଣ କ୍ଷେତ୍ରରେ ଓଡ଼ିଶା ଆଜି ଆଉ ଏକ ପାଦ ଆଗକୁ ବଢ଼ିଛି । ଦୁବାଇକୁ ପ୍ରଥମ ଦିନର ଫ୍ଲାଇଟରେ ଯାତ୍ରୀଙ୍କ ସହ ମିଶନ ଶକ୍ତି ସଦସ୍ୟ, କ୍ରୀଡ଼ାବିତ ପ୍ରମୁଖ ଯାତ୍ରା କରିଛନ୍ତି । ଏୟାରକ୍ରାଫ୍ଟ କ୍ରିୟୁଙ୍କ ସହ ମୋଟ୍ ୧୭୦ ଜଣ ଭୁବନେଶ୍ବରରୁ ଦୁବାଇ ଯାଇଛନ୍ତି।

ଦୁବାଇ ଯାଉଥିବା ଯାତ୍ରୀଙ୍କୁ ଉତ୍ତରୀୟ, ଓଡ଼ିଶା ପର୍ଯ୍ୟଟନ କିଟ୍ ବ୍ୟାଗ୍, ଫୁଲ ଗୁଚ୍ଛ ସହ ମିଠା ଦିଆଯାଇଥିଲା । ସେହିପରି ଦୁବାଇରୁ ଭୁବନେଶ୍ବର ଆସି ପହଞ୍ଚିଥିବା ଯାତ୍ରୀଙ୍କୁ ବିମାନବନ୍ଦରରେ ସ୍ୱାଗତ କରାଯାଇଥିଲା । ସପ୍ତାହକୁ ୩ ଦିନ ଭୁବନେଶ୍ୱରରୁ ଦୁବାଇକୁ ବିମାନ ଉଡ଼ିବ । ଏବେ ଦୁବାଇକୁ ବିମାନ ସେବା ଆରମ୍ଭ ହୋଇଥିବା ବେଳେ ଜୁନ୍ ପ୍ରଥମରୁ ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଂକକୁ ବିମାନ ସେବା ଆରମ୍ଭ ହେବ ।

Leave A Reply

Your email address will not be published.