Latest Odisha News

ବିଶ୍ୱବ୍ୟାପୀ କରୋନା ମୃତ୍ୟୁସଂଖ୍ୟା ୫ ନିୟୁତ ଟପିଲା

ବାଙ୍ଗାଲୋର: ବିଶ୍ୱବ୍ୟାପୀ କରୋନା ଜନିତ ମୃତ୍ୟୁସଂଖ୍ୟା ଶୁକ୍ରବାର ସୁଦ୍ଧା ରେ ୫ ନିୟୁତ ଅତିକ୍ରମ କରିଛି।

ଯୁକ୍ତରାଷ୍ଟ୍ର ଆମେରିକା, ରୁଷ, ବ୍ରାଜିଲ, ମେକ୍ସିକୋ ଏବଂ ଭାରତରେ ସାତ ଦିନର ହାରାହାରି ବିଶ୍ବର ମୃତ୍ୟୁହାରର ଅଧାରୁ ଅଧିକ ରିପୋର୍ଟ ହୋଇଛି।

କୋଭିଡ୍‌ ମୃତ୍ୟୁରେ ୨.୫ ମିଲିୟନ୍ ଛୁଇଁବାକୁ ମାତ୍ର ଏକ ବର୍ଷରୁ ଅଧିକ ସମୟ ଲାଗିଥିବାବେଳେ ପରବର୍ତ୍ତୀ ୨.୫ ମିଲିୟନ୍ ମୃତ୍ୟୁ ମାତ୍ର ଆଠ ମାସ ମଧ୍ୟରେ ରେକର୍ଡ କରାଯାଇଛି ବୋଲି ରିପୋର୍ଟ ପ୍ରକାଶ ପାଇଛି।

ଗତ ସପ୍ତାହରେ ସାରା ବିଶ୍ୱରେ ଦୈନିକ ହାରାହାରି ୮ ହଜାର ମୃତ୍ୟୁ ଘଟିଥିଲା ​​ଏବଂ ପ୍ରତି ମିନିଟରେ ପ୍ରାୟ ପାଞ୍ଚଟି ମୃତ୍ୟୁ ମାମଲା ରିପୋର୍ଟ ହୋଇଥିବା ଜଣାପଡ଼ିଛି।

ବିଗତ ଦିନରେ ଗରିବ ରାଷ୍ଟ୍ରମାନଙ୍କୁ ଟିକା ଗ୍ରହଣ ଉପରେ ଅଧିକ ଧ୍ୟାନ ଦିଆଯାଉଛି, ଯେଉଁଠାରେ ଅନେକ ଲୋକ ଏପର୍ଯ୍ୟନ୍ତ ପ୍ରଥମ ଡୋଜ ପାଇ ନାହାଁନ୍ତି, ଅନ୍ୟପକ୍ଷରେ ଧନୀ ଦେଶରେ ଲୋକେମାନେ ବୁଷ୍ଟା ଡୋଜ ନେବା ଆରମ୍ଭ କଲେଣି।

Comments are closed.