Latest Odisha News

BREAKING NEWS

ଓଟିଡିସି ପକ୍ଷରୁ ବିଦେଶ ଭ୍ରମଣର ସ୍ୱତନ୍ତ୍ର ପ୍ୟାକେଜ ଗୋ-ଗ୍ଲୋବାଲ୍‌ ଘୋଷଣା

ଭୁବନେଶ୍ୱର: ଓଡ଼ିଶାର ସଂସ୍କୃତି ଓ ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଆସୁଥିବା ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ (OTDC) ଆଉ ପାଦେ ଆଗକୁ ଯାଇଛି। ଓଡ଼ିଶାର ପର୍ଯ୍ୟଟକ ମାନଙ୍କର ସୁଖ ସୁବିଧା କୁ ଦୃଷ୍ଟିରେ ରଖି ବର୍ତ୍ତମାନ ଓଟିଡିସି ଗୋ-ଗ୍ଲୋବାଲ ନାମରେ ଏକ ବିଦେଶ ଭ୍ରମଣର ଏକ ସୁଲଭ ତଥା ସ୍ୱତନ୍ତ୍ର ପ୍ୟାକେଜ ଉପଲବ୍ଧ କରାଇଛି।

ଏହି ବିଦେଶ ଭ୍ରମଣ ମଧ୍ୟରେ ଓଡ଼ିଶାର ପର୍ଯ୍ୟଟକ ମାନେ ଥାଇଲାଣ୍ଡ, ମଲେସିୟା ,ସିଙ୍ଗାପୁର , ଇଣ୍ଡୋନେସିଆ ର ବାଲି ,ଏବଂ ଦୁବାଇ ଇତ୍ୟାଦି ସ୍ଥାନକୁ ବୁଲିବାକୁ ଯାଇପାରିବେ।ଯେଉଁ ପର୍ଯ୍ୟଟକ ମାନେ ଥାଇଲାଣ୍ଡ ଯିବେ ସେମାନଙ୍କ ଜଣ ପ୍ରତି ୨୪’୯୯୦ଟଙ୍କା ଦେୟ ଥିବା ବେଳେ ମଲେସିୟା ପାଇଁ ୨୯,୯୯୦ଟଙ୍କା ,ସିଙ୍ଗାପୁର ପାଇଁ ୩୯,୯୯୦ଟଙ୍କା ,ଇଣ୍ଡୋନେସିଆ ର ବାଲି ପାଇଁ୩୪,୯୯୦ଟଙ୍କା ଏବଂ ଦୁବାଇ ନିମନ୍ତେ ୫୩,୯୯୦ଟଙ୍କା ଦେୟ ଧାର୍ଯ୍ୟ କରାଯାଇଛି।

ଏହି ସମସ୍ତ ସ୍ଥାନକୁ ଯିବାଆସିବା ଓ ରହିବା ସମୟ ତିନି ରାତି ଓ ଚାରିଦିନ ମଧ୍ୟରେ ସୀମିତ ରବିବ ।ଏହି ଦେୟ ମଧ୍ୟରେ ଯିବାଆସିବା ଭଡା ,ଭିସା ଖର୍ଚ୍ଚ , ଭ୍ରମଣ ବୀମା , ହୋଟେଲ ରହଣି , ପ୍ରାତଃ ଭୋଜନ, ରାତ୍ରି ଭୋଜନ ଇତ୍ୟାଦି ଅନ୍ତର୍ଭୁକ୍ତ ବୋଲି ଆଜି ଓଟିଡିସି ପକ୍ଷରୁ  ସ୍ଥାନୀୟ  ପାନ୍ଥ ନିବାସ  ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିଗମର ଅଧକ୍ଷା ଶ୍ରୀମୟୀ ମିଶ୍ର ପ୍ରକାଶ କରିଛନ୍ତି।

Leave A Reply

Your email address will not be published.