Latest Odisha News

BREAKING NEWS

ରବିବାରରୁ ଗୋଆରେ ୧୫ ଦିନିଆ କର୍ଫ୍ୟୁ

ପାଣାଜୀ : ଦେଶରେ ଦିନକୁ ଦିନ ବଢୁଛି ମହାମାକରରୀ କରୋନାର ପ୍ରକୋପ । ଆକ୍ରାନ୍ତ ସଂଖ୍ୟା ସାଙ୍ଗକୁ ବଢ଼ି ଚାଲିଛି ମୃତ୍ୟୁସଂଖ୍ୟା । ଏଭଳି ସ୍ଥିତିରେ କିପରି ସଂକ୍ରମଣକୁ ରୋକାଯିବ ସେଥିପାଇଁ ଅନେକ ରାଜ୍ୟରେ ଲାଗୁ ହେଲାଣି ଲକଡାଉନ୍ । ଏବେ ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ଗୋଆରେ ଲାଗିଛି ୧୫ ଦିନିଆ କର୍ଫ୍ୟୁ । ଏନେଇ ଘୋଷଣା କରିଛନ୍ତି ଗୋଆ ସରକାର । ଆସନ୍ତା ରବିବାର ଠାରୁ ପୂରା ରାଜ୍ୟରେ ୧୫ ଦିନିଆ କର୍ଫ୍ୟୁ ଲାଗୁ କରାଯିବ ।

ଗୋଆରେ ୧୫ ଦିନଆ କର୍ଫ୍ୟୁ ଲାଗୁ କରିବା ନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ । ଏହି ସମୟରେ ଲୋକଙ୍କୁ ଘର ବାହାରିବାକୁ ମନା କରାଯାଇଛି । କର୍ଫ୍ୟୁ ବେଳେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବାକୁ ଅନୁମତି ମିଳିବ। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଗୁଡ଼ିକ ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଖୋଲା ରହିବ । ଏହାଛଡ଼ା କୌଣସି ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବ ନାହିଁ ।

ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି । ତେବେ ମେଡିସିନ ଦୋକାନ ପୂର୍ବଭଳି ଖୋଲା ରହିବ । ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀ ନିଜର ପରିଚୟପତ୍ର ଦେଖାଇ ଯିବା ଆସିବା କରିପାରିବେ ।

Comments are closed.