Latest Odisha News

BREAKING NEWS

ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ପାଇଁ ବିଏମସିର ଅନୁମତି

ଭୁବନେଶ୍ବର : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ପାଇଁ ମିଳିଲା ଅନୁମତି । ୧୫ ଜଣ ସେବାୟତଙ୍କୁ ନେଇ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ଏନେଇ ସୂଚନା ଦେଇଛି ଭୁବନେଶ୍ବର ମହାନଗର ନିଗମ । ତେବ ଚନ୍ଦନ ଯାତ୍ରା ପାଇଁ ସମସ୍ତ ସେବାୟତଙ୍କର ୪୮ ଘଣ୍ଟା ଭିତରେ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଆସନ୍ତା ୧୫ ତାରିଖରୁ ୨୨ ଦିନ ଧରି ଚାଲିବ ଚନ୍ଦନ ଯାତ୍ରା । ଚନ୍ଦନ ଯାତ୍ରା ପାଇଁ ସେବାୟତଙ୍କୁ ପାନ, ଗୁଟଖା ଖାଇବାକୁ ବାରଣ କରିଛି ବିଏମସି । ମହାମାରୀ କରୋନା କାରଣରୁ ଏଭଳି ଗାଇଡଲାଇନ୍ ଜାରି କରିଛି ବିଏମସି ।

Leave A Reply

Your email address will not be published.