Latest Odisha News

BREAKING NEWS

ଦକ୍ଷିଣ ଆଫ୍ରିକାରେ ମିଳିଲା ୭୮୦୦୦ ବର୍ଷ ତଳର କବର

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର କେନିୟାର ଏକ ଗୁମ୍ଫାରେ ୭୮୦୦୦ ବର୍ଷ ତଳର ଏକ କବର ମିଳିଛି । ଯାହାକୁ ଆଫ୍ରିକାର ସବୁଠାରୁ ପୁରୁଣା କବର ଭାବେ ବିବେଚନା କରାଯାଇଛି । ଏଥିରେ ଗୋଟିଏ ଛୋଟ ପିଲାର ଶବର ପାଦ ଏବଂ ଛାତିକୁ ମୋଡିକରି ପୋତା ଯାଇଥିଲା । ପିଲାଟି ପୁଅ କିମ୍ବା ଝିଅ ତାହା ସ୍ପଷ୍ଟ ହୋଇପାରି ନାହିଁ । ଏହାର ନିକଟରୁ ମିଳିଥିବା ପଦାର୍ଥରୁ ପ୍ରସ୍ତର ଯୁଗର ବୋଲି ଅନୁମାନ କରାଯାଉଛି । ଗବେଷକମାନେ ଏତେ ପୁରୁଣା କବର ମିଳିଥିବାରୁ ବେଶ୍ ଉତ୍ସାହିତ ହୋଇ ପଡିଛନ୍ତି ।

BjdElectrycity

ଗବେଷଣ ପରେ ସେ ସମୟର ଅନେକ ତଥ୍ୟ ସମ୍ମୁଖକୁ ଆସିପାରେ ବୋଲି ଅନୁମାନ କରାଯାଉଛି । ସ୍ପେନର ବୁରଗୋସ ନ୍ୟାଶନାଲ ରିସର୍ଚ୍ଚ ସେଂଟର ଅଫ ହ୍ୟୁମାନ ଇଭୋଲେଶନର ନିର୍ଦ୍ଦେଶକ ମାରିୟା ମାର୍ଟିନୋନ କହିଛନ୍ତି ଏବେ ଓ ସେ ସମୟର ଅନ୍ତିମ ସଂସ୍କାର ମଧ୍ୟରେ ଅନେକ ପ୍ରଭେଦ ଥିଲା । କେଉଁ ଭଳି ଭାବେ ସେମାନେ ମୃତ ଶରୀରକୁ କବର ଦେଉଥିଲେ ତାହା ଖୁବ୍ ଶୀଘ୍ର ଜଣାପଡିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.