Latest Odisha News

୧୨୪ ବର୍ଷ ପରେ ଅଲଗା ହେବ ଦେଶର ପ୍ରମୁଖ ଗଡରେଜ୍ ଗ୍ରୁପ

ନୂଆଦିଲ୍ଲୀ : ୧୨୪ ବର୍ଷ ପରେ ଅଲଗା ହେବ ଦେଶର ପ୍ରମୁଖ ଗଡରେଜ୍ ଗ୍ରୁପ । ସାବୁନ ଠାରୁ ଆରମ୍ଭ କରି ରିୟଲ ଇଷ୍ଟେଟ୍ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥିବା ୪ ବିଲିୟନ ଡଲାରର ଏହି ସାମ୍ରାଜ୍ୟର ବିଭାଜନକୁ ନେଇ ବାଣିଜ୍ୟ ଜଗତ ହଇଚଇ ସୃଷ୍ଟି ହୋଇଛି । ଏହି ବୃହତ ସଂସ୍ଥାକୁ ଭାଇମାନଙ୍କ ମଧ୍ୟରେ ବାଣ୍ଟି ଦିଆଯିବ । ବର୍ତ୍ତମାନ ଗଡରେଜର ଅଧ୍ୟକ୍ଷ ଅଛନ୍ତି ୭୯ ବର୍ଷ ବୟସ୍କ ଆଦି ଗଡରେଜ୍ । ତାଙ୍କ ଭାଇ ନାଦିର ଗଡରେଜ୍ ଏବେ ଗଡରେଜ୍ ଇଣ୍ଡଷ୍ଟ୍ରି ତଥା ଗଡରେଜ୍ ଆଗ୍ରୋଭେଟର ଅଧ୍ୟକ୍ଷ ଅଛନ୍ତି ।

ଜାମସିଦ ଏନ. ଗଡରେଜ୍ ମଧ୍ୟ ସାମ୍ରାଜ୍ୟର ଅନ୍ୟ ଏକ ଅଂଶ ସମ୍ଭାଳୁଛନ୍ତି । ୧୮୯୭ରେ ପ୍ରଥମେ ଆର୍ଦେଶିର ଗଡରେଜ୍ ଏହି କମ୍ପାନୀ ଆରମ୍ଭ କରି ବିଫଳ ହୋଇଥିଲେ । ପରେ ତାଲା ବ୍ୟବସାୟ ଆରମ୍ଭ କରି ସଫଳତାର ଜଗତରେ ପାଦ ଦେଇଥିଲେ । ପାରିବାରିକ ଆଲୋଚନା ମଧ୍ୟରେ ଏହି ଗ୍ରୁପକୁ ଏବେ ଦୁଇ ଭାଗ କରାଯିବ । ଆଦି ଓ ନାଦିର ଗୋଟିଏ ଭାଗ ସମ୍ଭାଳିବେ ଏବଂ ଅନ୍ୟ ଭାଗ ସମ୍ଭାଳିବେ ଜାମସିଦ ଓ ତାଙ୍କ ଭଉଣୀ ସ୍ମିଥା । ଜାମସିଦ ହେଉଛନ୍ତି ଗଡରେଜ୍ ପ୍ରତିଷ୍ଠାତା ଆର୍ଦେଶିରଙ୍କ ଭାଇ ପିରୋଜସାଙ୍କ ନାତି ।

Comments are closed.