Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କୁ ଗୋଲକ ମହାପାତ୍ରଙ୍କ ପ୍ରଶ୍ନ, ଓଡିଶାର ସୀମା ସୁରକ୍ଷା ଏବଂ ସୀମାନ୍ତବର୍ତୀ ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଆନ୍ଧ୍ରକୁ କାହିଁକି ଚିଠି ଲେଖୁନାହାଁନ୍ତି ନବୀନ 

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଗୋଲକ ମହାପାତ୍ରଙ୍କ ପ୍ରଶ୍ନ ବାଣ । ଓଡିଶାର ସୀମା ସୁରକ୍ଷା ଏବଂ ସୀମାନ୍ତବର୍ତୀ ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ କେନ୍ଦ୍ରକୁ କାହିଁକି ଚିଠି ଲେଖୁନାହାଁନ୍ତି ନବୀନ ପଟ୍ଟନାୟକ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଓଡିଶାର ଗଜପତି ଓ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲ୍ଲମ ଜିଲ୍ଲା ମଧ୍ୟରେ ଥିବା ବଂଶଧାରା ନଦୀରେ ନରେଡି ବ୍ୟାରେଜ ନିର୍ମାଣ କରିବା ପାଇଁ ଏପ୍ରିଲ ୧୮ ତାରିଖରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ଚାଷୀଙ୍କ ହିତ ଦୃଷ୍ଟିରୁ ଯଦି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚିଠି ଲେଖିପାରୁଛନ୍ତି । ତେବେ ଓଡିଶାର ସୀମା ସୁରକ୍ଷା ଏବଂ ସୀମାନ୍ତବର୍ତୀ ଲୋକଙ୍କୁ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ରାଜ୍ୟର ମୁଖ୍ୟମନ୍ତ୍ରୀ କାହିଁକି ଖଣ୍ଡେ ଚିଠି ଲେଖୁନାହାଁନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି ।

ବିଗତ ଦିନରେ ବେଆଇନ ଭାବେ ଆନ୍ଧ୍ର ସରକାର ଓଡିଶାର କୋଟିଆକୁ ନିଜର ବୋଲି କହିବା ସହ ସେଠାରେ ପଞ୍ଚାୟତ ନିର୍ବାଚନ କରାଇଥିଲା । ରାଜ୍ୟ ସରକାର ଏ ଦିଗରେ କେବଳ ସୁପ୍ରିମକୋର୍ଟ ଗଲେ କିନ୍ତୁ ଥରଟିଏ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନାହିଁ କି ଆପୋଷ ବୁଝାମଣା ପାଇଁ କୌଣସି କଥାବାର୍ତ୍ତା କଲେ ନାହିଁ ।

ନରେଡି ବ୍ୟାରେଜ ନିର୍ମାଣ ନେଇ ପୂର୍ବରୁ ସୁପ୍ରିମକୋର୍ଟରେ ମାମଲା ଥାଇ ମଧ୍ୟ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଆପୋଷ ବୁଝାମଣା କରିବା ପାଇଁ ଉଦ୍ୟମ କରୁଛନ୍ତି । କିନ୍ତୁ ଆମ ମୁଖ୍ୟମନ୍ତ୍ରୀ କାହିଁକି ନୀରବ ରହିଛନ୍ତି ବୋଲି ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି ।

୧୯୩୬ ମସିହା ପୂର୍ବରୁ କୋଟିଆ ଗ୍ରାମପଂଚାୟତ ଜୟପୁର ରାଜ୍ୟ ଅଧିନରେ ଥିଲା । ୧୯୩୬ ମସିହାରେ ଓଡିଶା ଦେଶର ପ୍ରଥମ ଭାଷାଭିତିକ ରାଜ୍ୟ ହେଲା । ସେତେବେଳେ କୋଟିଆ ଗ୍ରାମପୁଜଂ ଓଡିଶାରେ ମିଶିଗଲା । ୧୯୩୬ ମସିହା ମାର୍ଚ୍ଚ ୧୯ରେ ପ୍ରକାଶିତ ଗେଜେଟ ନୋଟିଫିକେସନର ପ୍ରଥମ ଅନୁଛେଦ, ଭାଗ -୧, କ୍ରମାଙ୍କ ନଂ – ୨ (୪)ରେ ସ୍ପଷ୍ଟ ଲେଖାଅଛି ଯେ ଜୟପୁର ଇଷ୍ଟେଟ, ପଟ୍ଟାଙ୍ଗୀର ଯେଉଁ ଅଂଚଳ ଜୟପୁର ଇଷ୍ଟେଟରେ ନଥିଲା ଏ ସମସ୍ତ ଅଂଚଳ ଓଡିଶା ରାଜ୍ୟର ଅଂଶ । କିନ୍ତୁ ରାଜ୍ୟ ସରକାରଙ୍କ ଅପାରଗତା ଓ ଦୂରଦୃଷ୍ଟି ଅଭାବ ଯୋଗୁଁ ଆଜି କୋଟିଆ ବିବାଦୀୟ ହୋଇପଡିଛି । ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଗୋଲକ ମହାପାତ୍ର ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.