Latest Odisha News

BREAKING NEWS

ବିହାର ବିଧାନସଭା ଶତବାର୍ଷିକୀ ଉତ୍ସବରେ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଟନାରେ ବିହାର ବିଧାନସଭାର ଶତବାର୍ଷିକୀ ଉତ୍ସବର ଉଦଯାପନୀ ସମାରୋହକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ବିହାର ବିଧାନସଭାର ୧୦୦ ବର୍ଷ ପୂର୍ତ୍ତି ପାଳନ ପାଇଁ ର୍ନିମିତ ଶତାବ୍ଦୀ ସ୍ମୃତି ସ୍ତମ୍ଭର ଉନ୍ମୋଚନ କରିଛନ୍ତି । ସେ ବିଧାନସଭା ସଂଗ୍ରହାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସଂଗ୍ରହାଳୟର ବିଭିନ୍ନ ଗ୍ୟାଲେରୀ ବିହାରରେ ଗଣତନ୍ତ୍ରର ଇତିହାସ ଏବଂ ବର୍ତ୍ତମାନର ନାଗରିକ ଗଠନର ବିବର୍ତ୍ତନ ପ୍ରଦର୍ଶନ କରିବ । ଏଥିରେ ୨୫୦ ରୁ ଅଧିକ ଲୋକ କ୍ଷମତା ବିଶିଷ୍ଟ ଏକ ସମ୍ମିଳନୀ ହଲ୍ ମଧ୍ୟ ରହିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଧାନସଭା ଅତିଥି ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିହାରର ରାଜ୍ୟପାଳ ଶ୍ରୀ ଫଗୁ ଚୌହାନ ଏବଂ ମୁଖ୍ୟମନ୍ତ୍ରୀ  ନୀତିଶ କୁମାର ଉପସ୍ଥିତ ଥିଲେ ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ହେଉଛି ବିହାରର ପ୍ରକୃତି ଯେ ଜଣେ ବିହାରକୁ ଭଲ ପାଏ, ବିହାର ସେହି ପ୍ରେମକୁ ବହୁଗୁଣିତ କରେ । ମୁଁ ବିହାର ବିଧାନସଭା ସୌଧ ପରିଦର୍ଶନ କରିଥିବା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ମଧ୍ୟ ପାଇଛି । ଏହି ସ୍ନେହ ପାଇଁ ମୁଁ ବିହାରର ଲୋକଙ୍କୁ ପ୍ରଣାମ କରୁଛି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶତାବ୍ଦୀ ସ୍ମୃତି ସ୍ତମ୍ଭ ବିହାରର ଅଗଣିତ ଆକାଂକ୍ଷାକୁ ପ୍ରେରଣା ଦେବ ।

Leave A Reply

Your email address will not be published.